www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରେନ ଧକ୍କାରେ ହାତୀ ମୃତ

ସମ୍ବଲପୁର: ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକ ଅର୍ନ୍ତଗତ ଗଡଗଡବାହାଲ ନିକଟରେ ଯାତ୍ରୀବାହୀ ଟ୍ରେନ ଧକ୍କାରେ ଏକ ହାତୀ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ପ୍ରାପ୍ତସୂଚନାନୁଯାୟୀ, ଶନିବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ରୁ ରାଉରକେଲା ଯାଉଥିବା ଇନ୍ଟରସିଟି ଏକ୍ସପ୍ରେସ ଟ୍ରେନ ନଂ ୦୨୮୬୨ ସମ୍ବଲପୁର ପଟକୁ ଆସୁଥିବା ବେଳେ ଯୁଯୁମୁରା ଓ ହାତୀବାରି ସେକ୍ସନ ମଧ୍ୟରେ ଏକ ମୋଡାଣି ସ୍ଥାନରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଏକ ହାତୀ ସହିତ ଧକ୍କା ହୋଇଥିଲା। ଟ୍ରେନ ସହିତ ଧକ୍କା ହେବାରୁ ହାତୀଟି ରେଳ ଧାରଣା କଡକୁ ଛିଟକି ପଡ଼ି ମୃତ୍ୟୁବରଣ କରିଛି। ଏ ସର୍ମ୍ପକରେ ଟ୍ରେନର ଚାଳକ ରେଳବାଇ ପୁଲିସକୁ ଖବର ଦେବା ପରେ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଛି। ବନ ବିଭାଗର ଡିଏଫଓ ଡ. ସଞ୍ଜିତ କୁମାରଙ୍କ ସୂଚନାନୁଯାୟୀ ମୃତ ହାତୀଟି ଏକ ପୁରୁଷ ହାତୀ ହୋଇଥିବା ବେଳେ ତାର ବୟସ ପ୍ରାୟ ୧୦ ରୁ ୧୨ ବର୍ଷ ହୋଇପାରେ। ଘଟଣା ସର୍ମ୍ପକରେ ଖବର ମିଳିବା ପରେ ବନ ବିଭାଗ ଓ ରେଳବାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ସାରିଥିବା ବେଳେ ରବିବାର ସକାଳୁ ହାତୀର ପୋଷ୍ଟମଟମ କରାଯିବ। ଏହା ସହିତ କେଉଁ ପରିସ୍ଥିତିରେ ହାତୀ ଓ ଟ୍ରେନ ମଧ୍ୟରେ ଧକ୍କା ହୋଇଛି, ଏଥିରେ ବନ କି ରେଳବାଇ ବିଭାଗ କାହାର ଦୋଷ ରହିଛି ତାହା ମଧ୍ୟ ତଦନ୍ତ କରାଯିବ। ହାତୀ ଓ ଟ୍ରେନ ମଧ୍ୟରେ ଧକ୍କା ହୋଇଥିବା ସ୍ଥାନକୁ ପରିଦର୍ଶନ କରାଯିବା ସହିତ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନିଆଯାଇଛି ବୋଲି ଡିଏଫଓ ଡ. ସଞ୍ଜିତ କୁମାର କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories