www.samajalive.in
Saturday, December 6, 2025
26.1 C
Bhubaneswar

କାଳ ହେଲା ଅନଲାଇନ ପାଠପଢ଼ା ବ୍ୟବସ୍ଥା , ମୋବାଇଲ ଫୋନ ପାଇଁ ଛାତ୍ରର ଆତ୍ମହତ୍ୟା

ବେଗୁନିଆ: କରୋନା ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥା ବନ୍ଦ ଥିବାବେଳ ଅନଲାଇନ ପାଠପଢ଼ା ଚାଲିଛି। ହେଲେ ଅନଲାଇନ ପାଠପଢ଼ା ସମୟରେ ନେଟଓ୍ବାର୍କ ବାଧକ ସାଜୁଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ନ ଥିବା କାରଣରୁ  ପଠ ପଢାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ଏବେ ଫୋନ ପାଇଁ ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣା ସମ୍ନାକୁ ଆସିଛି। ଏହି ଘଟଣା ଘଟିଛି ବେଗୁନିଆ ବ୍ଲକ ଗଡମକ୍ଷଣତୀର ପଞ୍ଚାୟତ ଅନ୍ତର୍ଗତ ବାଲିବେରେନୀ ପାଣ୍ଡ ସାହି ଗ୍ରାମରେ। ଜଣେ ୯ମ ଶ୍ରେଣୀର ଛାତ୍ର ମୋବାଇଲ ଫୋନ ପାଇଁ  ନିଜ ପାଇଖାନା ଘରେ ଏକ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବାର ଜଣାପଡିଛି। ସମ୍ପୃକ୍ତ ଗ୍ରାମର ଅକ୍ଷୟ କୁମାର ସୁବୁଦ୍ଧିଙ୍କ ପୁଅ ଅଶୋକ କୁମାର ସୁବୁଦ୍ଧି ଗଡମକ୍ଷନତିର ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢୁଥିଲେ। ତାଙ୍କର ବାପା ଜଣେ ରାଜମିସ୍ତ୍ରୀ ହୋଇଥିବାବେଳେ ସେ ବାହାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସରକାର ଛାତ୍ରଛାତ୍ରୀ ମାନଙ୍କୁ ଅନ ଲାଇନରେ ଶିକ୍ଷା ଦାନ କରୁଥିବାବେଳେ ଅର୍ଥ ଅଭାବରୁ ସମ୍ପୃକ୍ତ ପରିବାର ପିଲା ପାଇଁ ମୋବାଇଲ ଫୋନ କିଣିପାରି ନ ଥିଲେ। ପୁଅ ପାଠ ପଢିବାରେ ଅସୁବିଧା ହେଉଥିବା ଯୋଗୁଁ ଫୋନ ପାଇଁ ଜିଦ କରିଥଲା। କିନ୍ତୁ ମାଆଙ୍କ ତାଗିଦ ଏବଂ ବାପା ଫୋନ ଯୋଗାଇ ନ ଦେବା ଯୋଗୁଁ ପୁଅ ଅଶୋକ ଆଜି ନିଜ ଘର ପାଇଖାନାରେ ଏକ ଗାମୁଛା ନିଜ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବାର ଜଣା ପଡିବା ପରେ ପରିବାର ଲୋକମାନେ ତାକୁ ସଙ୍ଗେସଙ୍ଗେ ଡାଲତୋଳା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଖୋର୍ଦ୍ଧା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଖବର ଲେଖା ହେବା ବେଳକୁ ବେଗୁନିଆ ଥାନାରେ କୌଣସି ଖବର ନ ଥିବାର ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ପ୍ରକାଶ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories