BJD Bijuli 480×75 Mob

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ପାଟଣାଗଡ଼ ବିଧାୟକଙ୍କ ନାମରେ ଏତଲା

BJD Bijuli 480×75 Mob

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକରେ କାର୍ଯ୍ୟରତ ପୂର୍ତ୍ତ ବିଭାଗର  ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ପାଟଣାଗଡ ବିଧାୟକ ସରୋଜ ମେହେର ଗମ୍ଭାରୀ ଗାଁକୁ ନେଇ ତାଙ୍କ କର୍ମୀ ମାନଙ୍କ ସମ୍ମୁଖରେ ଧମକ ଚମକ ଦେଇ ୧୦୦ ଥର କାନଧରି ଉଠବସ ହେବାକୁ କହିଥିଲେ । ୫ ମିନିଟରେ ଶହେଥର କାନଧରି ଉଠବସ ନ ହେଲେ ଜନସାଧାରଣ ନିସ୍ତୁକ ମାଡ ମାରିବେ । ମୁଁ ଏମଏଲଏ ଅର୍ଡର ଦଉଛି ବୋଲି ସର୍ବସମ୍ମୁଖ ରେ ଅପମାନିତ କରିବା ଘଟଣା କୁ ନେଇ ବିଧାୟକଙ୍କୁ ଗିରଫ କରିବା ଦାବି ରେ ବଙ୍ଗୋମୁଣ୍ଡା ଥାନା ରେ ଏତଲା ଦିଆଯାଇଛି । ଶ୍ରୀ ଶବରଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଲି ଗୁଲଜ ଧମକ ଚମକ ଦେଇ ସର୍ବସାଧାରଣ ସ୍ଥାନ ରେ ଅପମାନିତ କରି ମାନସିକ ଶାରିରୀକ ନିର୍ଯ୍ୟାତନା ଦେଇଥିବା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବି କରି ବଙ୍ଗୋମୁଣ୍ଡା ଥାନାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ସଂଗଠନର ସଂପାଦକ ସୁରେଶ ଭୋଇ ଏତଲା ଦାୟର କରିଛନ୍ତି । ଏତଲା ଦେବା ସମୟରେ ଆଦିବାସୀ ସଂଘର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Comments are closed.