ଜାଣନ୍ତୁ କେମିତି କରିବ କାମ- ଆସୁଛି ଡାଇରେକ୍ଟ ଟୁ ମୋବାଇଲ୍‌ ଟେକ୍ନୋଲଜି: ବିନା ସିମ୍‌ ଏବଂ ଇଣ୍ଟରନେଟ୍‌ରେ ଦେଖିପାରିବେ ଭିଡିଓ ଏବଂ ଟିଭି

ଭୁବନେଶ୍ୱର- ଏବେ ଡାଇରେକ୍ଟ ଟୁ ମୋବାଇଲ୍‌ ଟେକ୍ନୋଲଜିର ବ୍ୟବହାର କରାଯିବ । ଏଥିରେ କୌଣସି ମୋବାଇଲ୍‌ ଫୋନ୍‌କୁ ବିନା ସିମ୍‌ କାର୍ଡ ଏବଂ ଇଣ୍ଟରନେଟ୍‌ ସଂଯୋଗରେ ଆପଣ ବ୍ୟବହାର କରିପାରିବେ । ଇ-ସିମ୍‌ କାର୍ଡର ମଧ୍ୟ ଏଥିରେ ଆବଶ୍ୟକତା ରହିବ ନାହିଁ । ଏହି ନୂଆ ଟେକ୍ନୋଲଜି ବହୁତ ଜଲଦି ଲଞ୍ଚ୍‌ କରାଯିବ । କେନ୍ଦ୍ର ସରକାର ଏବେ ଏହି ଟେକ୍ନୋଲଜି ଉପରେ କାର୍ଯ୍ୟକ କରୁଛନ୍ତି ।

ଡାଇରେକ୍ଟ ଟୁ ମୋବାଇଲ୍‌ ଟେକ୍ନୋଲଜି ଟିଭିର ସିଗନାଲ୍‌କୁ ସିଧାସଳଖ ମୋବାଇଲ୍‌କୁ ପଠାଇ ପାରିବ । ଏଥିରେ ଏକ ବିଶେଷ ଆଣ୍ଟିନାର ବ୍ୟବହାର କରାଯାଇଥାଏ । ଏହା ଟିଭିର ସିଗନାଲ୍‌ ପ୍ରାପ୍ତ କରିବା ପରେ ସେଠାରେ ଥିବା ମୋବାଇଲ୍‌ ମାନଙ୍କୁ ପଠାଇବ । ଏହି ଆଣ୍ଟିନାକୁ ଫୋନ୍‌ ନିକଟରେ ରଖିବା ପାଇଁ ପଡିବ । କେତେକ ମୋବାଇଲ୍‌ରେ ଏହା ଇନ୍‌ବିଲ୍ଟ ବା ଭିତରେ ସଂଯୋଗ ହୋଇ ଆସିବ ।
ଏଥିରେ ସିମ୍‌ କାର୍ଡ କିମ୍ବା ଇଣ୍ଟରନେଟ୍‌ର ଆବଶ୍ୟକତା ନାହିଁ । ବିନା ଇଣ୍ଟରନେଟ୍‌ ଏବଂ ସିନ୍‌ରେ ଟିଭି ଓ ବିଭିନ୍ନ ଭିଡିଓ ଦେଖିହେବ ।

ଏହାର ଉପକାରିତା ହେଉଛି ଯେଉଁସ୍ଥାନରେ ମୋବାଇଲ୍‌ ନେଟଓ୍ୱର୍କ ପହଞ୍ଚିପାରୁ ନଥିବ ସେହି ସ୍ଥାନରେ ଲୋକମାନେ ମୋବାଇଲ୍‌ରେ ଟିଭି ଦେଖିପାରିବେ । ଏଥିରେ କ୍ଲାରିଟି ବା ଗୁଣବତ୍ତା ଭଲ ରହିବ । ଭାରତ ସହ ଅନେକ ଦେଶରେ ଡାଇରେକ୍ଟ ଟୁ ମୋବାଇଲ୍‌ ଟେକ୍ନୋଲଜି ଉପରେ ଏବେ କାର୍ଯ୍ୟ ଚାଲିଛି । ଖୁବ ଶୀଘ୍ର ସାଧାରଣ ଉପଭୋକ୍ତାମାନେ ଏହି ସେବା ପାଇ ପାରିବେ ବୋଲି ସୂଚନା ମିଳିଛି ।

Comments are closed.