‘ଅସ୍ଥିରତା ଦେଇ ଗତି କରୁଛି ବିଶ୍ୱ ଆର୍ଥିକ ବ୍ୟବସ୍ଥା’

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଫିକି ବ୍ୟାଙ୍କିଙ୍ଗ କନଫରେନ୍ସକୁ ସମ୍ବୋଧିତ କରି କହିଛନ୍ତି; ବିଶ୍ୱ ଆର୍ଥିକ ବ୍ୟବସ୍ଥା ଏବେ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି । ଏପରି ଅନିଶ୍ଚିତ ସମୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ଲଗାତାର ଅଭିବୃଦ୍ଧି ଦେଖାଉଛି । ୩ ନଭେମ୍ବର ମୁଦ୍ରା  ନୀତି କମିଟି (ଏମପିସି) ବୈଠକକୁ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଛି। ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବୁ ବୋଲି ଶ୍ରୀ ଦାସ କହିଛନ୍ତି । ସେ କହିଛନ୍ତି ଯେ ଏମ୍‌ପିସିଙ୍କ ନିଷ୍ପତ୍ତି ପୁରା ଅର୍ଥ ବ୍ୟବସ୍ଥା ପାଇଁ । ଏଣୁ ବଜାର ଓ ନାଗରିକଙ୍କୁ ଏମପିସିଙ୍କ ରିପୋର୍ଟ ସମ୍ପର୍କରେ ସୂଚନା ଆବଶ୍ୟକ। ସେ କହିଛନ୍ତି ଯେ ମୁଦ୍ରାସ୍ଫୀତି ଲକ୍ଷ୍ୟକୁ କାୟମ ରଖିବାରେ ବିଫଳ ହୋଇଛୁ, ହେଲେ ଏଥିପ୍ରତି ପ୍ରଥମରୁ ଆମେ କଠୋର ନୀତି ଆପଣେଇଥିଲେ ଦେଶକୁ ଏହାର ମୂଲ୍ୟ ଦେବାକୁ ପଡିଥାନ୍ତା।
ସେ କହିଛନ୍ତି ଯେ ଆମେ ଅର୍ଥନୈତିକ ପ୍ରକ୍ରିୟାକୁ ବାଧିତ କରିବାକୁ ଚାହୁଁନା। ତେବେ ଅର୍ଥବ୍ୟବସ୍ଥା କିପରି ସୁରକ୍ଷିତ ରାସ୍ତାକୁ ଆସିବ ତାହା ଆମର ମୁଖ୍ୟ ଉଦ୍ଦେଶ୍ୟ, ଏହା ଦ୍ୱାରା ମୂଲ୍ୟବୃଦ୍ଧିକୁ ପୁଣି ନିୟନ୍ତ୍ରିତ କରାଯାଇପାରିବ ବୋଲି ସେ କହିଛନ୍ତି।

kalyan agarbati

Comments are closed.