www.samajalive.in
Sunday, December 14, 2025
26.1 C
Bhubaneswar

ଦିନକରେ ରୁଷ୍‌ର ହଜାରେ ସୈନ୍ୟଙ୍କୁ ମାରିଲା ୟୁକ୍ରେନ

କିଭ୍‌ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ରୁଷ୍ ବୁଧବାର ଗୋଟିଏ ଦିନରେ ବଡ କ୍ଷତିର ସମ୍ମୁଖୀନ ହୋଇଛି । ୟୁକ୍ରେନର ଦାବି ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ ରୁଷ୍‌ର ପ୍ରାୟ ୧୦୦୦ ସୈନ୍ୟଙ୍କୁ ନିପାତ କରିଛି। ଗତ ୮ ମାସ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ରୁଷ୍‌ ଏତେ ବଡ କ୍ଷତିର କେବେ ସମ୍ମୁଖୀନ ହୋଇ ନଥିଲା। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ରୁଷ୍‌ର ରିଜର୍ଭ ବାହିନୀର ନିରସ୍ତ୍ର ସୈନ୍ୟଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ଏଥିରେ ପ୍ରାୟ ହଜାରେ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରୁଷ୍‌ର ମୋଟ ୭୧,୨୦୦ ସୈନ୍ୟ ଏହି ଯୁଦ୍ଧରେ ପ୍ରାଣ ହରାଇଲେଣି। ବ୍ରିଟେନର ପ୍ରତିରକ୍ଷା ଗୁଇନ୍ଦା ଏ​‌େ​‌ଜନ୍ସି ମଧ୍ୟ କହିଛି ଯେ ୟୁକ୍ରେନ ଆକ୍ରମଣରେ ରୁଷ୍‌ର ଅନେକ ସୈନ୍ୟ ପ୍ରାଣ ହରାଇଛନ୍ତି। ୟୁକ୍ରେନ ଅଭିମୁଖେ ରୁଷ୍‌ ପଠାଇଥିବା ରିଜର୍ଭ ବାହିନୀର ସୈନ୍ୟମାନେ ଉପଯୁକ୍ତ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ପାଇ ନାହାନ୍ତି। ପ୍ରଶିକ୍ଷଣ ପାଇ ନଥିବା ଏହି ସୈନ୍ୟଙ୍କ ପାଖରେ ଶତ୍ରୁ ପକ୍ଷକୁ ମୁକାବିଲା ଲାଗି ଆବଶ୍ୟକ ଅସ୍ତ୍ରଶସ୍ତ୍ର ନଥିଲା। ତେଣୁ ୟୁକ୍ରେନ ସେମାନଙ୍କ ଉପରେ ସହଜରେ ଆକ୍ରମଣ କରିଥିଲା। ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷ୍‌ର ଆଗଧାଡିର ସୈନ୍ୟ ବାହିନୀ ବହୁତ କ୍ଷତିର ସମ୍ମୁଖୀନ ହୋଇଥିଲେ। ଆଗଧାଡିର ସୈନ୍ୟ ପରାଜୟର ସମ୍ମୁଖୀନ ହେବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ମାସରେ ରିଜର୍ଭ ବାହିନୀକୁ ୟୁକ୍ରେନ ପ୍ରେରଣ କରିଥିଲେ। ଏବେ ରିଜର୍ଭ ବାହିନୀ ୟୁକ୍ରେନ ସେନାକୁ ମୁକାବିଲା କରିବାରେ ବିଫଳ ହୋଇଛି। ଅନ୍ୟପଟେ ରୁଷ୍‌ର କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ବିଦ୍ୟୁତ୍‌ ଯୋଗାଣ କେନ୍ଦ୍ର ନଷ୍ଟ ହୋଇଥିବାବେଳେ ଏହାକୁ ମରାମତି କରାଯାଇଛି। ରାଜଧାନୀ କିଭିକୁ ଏବେ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରାଯାଇଛି।
ଯୁଦ୍ଧ ଯୋଗୁଁ ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ହୋଇଥିବା ଖାଦ୍ୟ ରପ୍ତାନି ବୁଝାମଣାରୁ ମସ୍କୋ ଓହରିଯାଇଥିଲା। ମାତ୍ର ଏବେ ରୁଷ୍ ଏହାର ନିଷ୍ପତ୍ତିରେ ପରିବର୍ତ୍ତନ କରିବା ପୂର୍ବକ ଖାଦ୍ୟ ବୁଝାମଣାକୁ କାର୍ଯ୍ୟକାରୀ କରିବ ବୋଲି କହିଛି। ବୁଧବାର ରୁଷ୍ କହିଛି ଯେ ଏହା ୟୁକ୍ରେନର ଖାଦ୍ୟ ଶସ୍ୟକୁ ରପ୍ତାନି ନିମନ୍ତେ ଅନୁମତି ଦେବ। ବୁଧବାର ରୁଷ୍ କହିଛି ଯେ ବିଶ୍ବକୁ ପରମାଣୁ ଯୁଦ୍ଧରୁ ଦୂରେଇ ରଖିବା ଲାଗି ଏହା ପ୍ରତିଶ୍ରୁତିବଦ୍ଧ। ରୁଷ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବିଶ୍ବକୁ ପରମାଣୁ ଯୁଦ୍ଧରୁ ଦୂରେଇ ରଖିବା ଲାଗି ଗତ ଜାନୁଆରୀ ୩ରେ ୫ଟି ମହାଶକ୍ତି (ରୁଷ୍, ଆମେରିକା, ଚୀନ, ବ୍ରିଟେନ ଓ ଫ୍ରାନ୍ସ) ମିଳିତ ଘୋଷଣାନାମା ଜାରି କରିଥିଲେ। ଏହି ଘୋଷଣାନାମା ଆଧାରରେ ରୁଷ୍‌ ବିଶ୍ବକୁ ପରମାଣୁ ଯୁଦ୍ଧରୁ ଦୂରେଇ ରଖିବା ଲାଗି ପ୍ରତିଶ୍ରୁତିବଦ୍ଧ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories