www.samajalive.in
Sunday, December 14, 2025
15.1 C
Bhubaneswar

ଆଜି ଧାମନଗରରେ ଭୋଟ

ଭୁବନେଶ୍ବର : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଗୁରୁବାର ମତଦାନ ହେବ । ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ପାଇଁ ୨୫୨ଟି ବୁଥ୍‌ କରାଯାଇଛି । ମତଦାନ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ନିର୍ବାଚନ ସାମଗ୍ରୀ ନେଇ ପୋଲିଂ ଦଳ ବୁଥ୍‌ରେ ପହଞ୍ଚିଛନ୍ତି। ମଙ୍ଗଳବାର ସକାଳୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨୧୮ଟି ବୁଥକୁ ପୋଲିଂ ଦଳ ଯାଇଥିବା ବେଳେ ବୁଧବାର ସହରାଞ୍ଚଳରେ ୩୪ଟି ବୁଥକୁ ପୋଲିଂ ଦଳ ଯାଇ ପହଞ୍ଚିଛନ୍ତି। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୧୧୦ ସମ୍ବେଦନଶୀଳ ବୁଥ ଥିବାବେଳେ ୧୨୬ ବୁଥ୍‌ରେ ୱେବ୍‌ କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ, ପ୍ରତି ବୁଥ୍‌ ପାଇଁ ୪ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏଥିପାଇଁ ମୋଟ ୧୦୦୮ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍‌ରେ କୌଣସି ପୋଲିଂ ଅଧିକାରୀଙ୍କ ଶରୀର ଅସୁସ୍ଥ ହେଲେ ସେଠାରେ ପୋଲିଂ ଅଧିକାରୀ ନିୟୋଜିତ କରିବା ପାଇଁ ୧୦୦ ପୋଲିଂ ଅଧିକାରୀଙ୍କୁ ସଂରକ୍ଷଣରେ ରଖାଯାଇଛି । ପ୍ରଚାର ସରିଥିବାରୁ ନିର୍ବାଚନ ମଣ୍ଡଳୀରେ କୌଣସି ରାଜନୈତିକ ଦଳର କର୍ମୀ କିମ୍ବା ବାହାର ଲୋକ ରହିପାରିବେ ନାହିଁ। ନିର୍ବାଚନ ମଣ୍ଡଳୀର ହୋଟେଲ ଏବଂ ଅତିଥି ଭବନରେ ଯେପରି ବାହାର ଲୋକ ଜଣେ ହେଲେ କେହି ନ ରହିବେ ସେଥିପ୍ରତି ଦୃଷ୍ଟି ଦିଆଯାଇ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଯେଉଁମାନେ ରହିଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଦ୍ରକ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି। ମତଦାନ ଦିନ ଏକ୍‌ଜିଟ ପୋଲ ଉପରେ ନିଷେଧାଦେଶ ଜାରି କରାଯାଇଛି। ବୁଥଠାରୁ ୧୦୦ମିଟର ଦୂର ପରିସର ମଧ୍ୟରେ କେହି ରହିପାରିବେ ନାହିଁ। ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ସଜାଡିବା ନିମନ୍ତେ ହାଇଦ୍ରାବାଦରୁ ଆସିଥିବା ୭ ଇଞ୍ଜିନିୟରଙ୍କୁ ରଖାଯାଇଛି। ବୁଥ୍‌ଗୁଡିକ ବିଦ୍ୟାଳୟରେ ହୋଇଛି; କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା କିଛି ବିଦ୍ୟାଳୟ ନାମ ପରିବର୍ତ୍ତନ ହୋଇଥିବାରୁ ସେହି ଅନୁସାରେ ୧୩୪ ବୁଥ୍‌ର ନାମ ପରିବର୍ତ୍ତନ ହୋଇଛି। ୧୨୦ଟି ଗୋଟିଏ ଲେଖାଏଁ ବୁଥ ହୋଇଥିବା ବେଳେ ୫୪ ସ୍ଥାନରେ ଦୁଇଟି ଲେଖାଏଁ ବୁଥ୍‌ କରାଯାଇଛି। ୫ଟି ସ୍ଥାନରେ ୫ଟି ଲେଖାଏଁ ବୁଥ, ଗୋଟିଏ ଲେଖାଏଁ ସ୍ଥାନରେ ୪ଟି ବୁଥ୍‌ ହୋଇଛି। ମୋଟ ଭୋଟର ସଂଖ୍ୟା ୨,୩୮,୪୧୭ ମଧ୍ୟରୁ ୧,୨୩,୦୩୮ ପୁରୁଷ, ୧,୧୫,୩୪୬ ମହିଳା ଏବଂ ୩୩ କିନ୍ନର ନିଜର ମତଦାନ ସାବ୍ୟସ୍ତ କରିବେ। ଭିନ୍ନକ୍ଷମ ଭୋଟରଙ୍କୁ ବୁଥ୍‌ରେ ପହଞ୍ଚାଇବା ପାଇଁ ଅଟୋରିକ୍ସା ବ୍ୟବସ୍ଥା ହୋଇଛି। ୧୫ ମଡେଲ ବୁଥ୍‌ ଏବଂ ୫ ପିଙ୍କ୍‌ ବୁଥ୍‌ ବ୍ୟବସ୍ଥା କରାଯାଇଛି।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୂରା ନିର୍ବାଚନ ମଣ୍ଡଳୀକୁ ତିନିଟି ଜୋନରେ ବିଭକ୍ତ କରାଯାଇଛି। ୨୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୪ କମ୍ପାନୀ ସିଏପିଏଫ୍ ନିଯୁକ୍ତ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories