www.samajalive.in
Saturday, December 13, 2025
23.1 C
Bhubaneswar

ଲୋକସଭା ନିର୍ବାଚନର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ; ୫୯ ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇଛି। ୭ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ ଆସନ ପାଇଁ ସକାଳ ସାଢ଼େ ୭ଟାରୁ ମତଦାନ ଚାଲିଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ମତଦାନ ହେଉଥିବା ଆସନଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ ଓ ପଞ୍ଜାବରେ ୧୩ଟି ଲେଖାଏଁ ଆସନ ଥିବାବେଳେ ପଶ୍ଚିମବଙ୍ଗରେ ୯ଟି, ବିହାର ଓ ମଧ୍ୟପ୍ରଦେଶରେ ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ସମସ୍ତ ୪ ଆସନ, ଝାଡ଼ଖଣ୍ଡର ୩ଟି ଏବଂ ଚଣ୍ଡୀଗଡ଼ର ଗୋଟିଏ ଆସନ ରହିଛି।

ପଶ୍ଚିମବଙ୍ଗର ୯ଟି ଲୋକସଭା ଆସନ ମଧ୍ୟରେ ରହିଛି ଦମଦମ, ଯାଦବପୁର, ବାରାସତ, ବସିରଘାଟ, ଜୋଏନଗର, ମଥୁରାପୁର, ଡାଇମଣ୍ଡ ହାର୍ବର, କୋଲକାତା ଦକ୍ଷିଣ ଓ କୋଲକାତା ଉତ୍ତର। ୧ କୋଟି ୪୯ଲକ୍ଷ ମତଦାତା ଏହି ପର୍ଯ୍ୟାୟରେ ମତଦାନ କରିବେ। ପଶ୍ଚିମବଙ୍ଗର ୧୧୧ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟ୍‍ଗ୍ରହଣ ସମୟରେ କୌଣସି ପ୍ରକାର ହିଂସାକାଣ୍ଡକୁ ଏଡାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପୁଲିସ ସମେତ କେନ୍ଦ୍ରୀୟ ବାହିନୀର ୬୭୬ କମ୍ପାନୀ ଯବାନ ମୁତୟନ କରାଯାଇଛି। ପଶ୍ଚିମବଙ୍ଗର ବାଙ୍କୁରା ସଂସଦୀୟ କ୍ଷେତ୍ରରେ ସାନି ମତଦାନ କରାଯାଉଛି। ଗତ ୧୨ ତାରିଖ ଦିନ ଏଠାରେ ଭୋଟ୍‍ଗ୍ରହଣ ହୋଇଥିଲା।

- Advertisement -

ସେହିପରି ମଧ୍ୟପ୍ରଦେଶର ଇନ୍ଦୋର, ଉଜ୍ଜୟିନୀ, ଧର୍‍, ରତଲମ, ମଣ୍ଡସୌର, ଦିୱାସ, ଖର୍ଗୋଣ୍ଡ ଓ ଖଣ୍ଡୱା ଆଦି ୮ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଦେଢ଼କୋଟି ଭୋଟ୍‍ଦାତା ୬ ମହିଳା ପ୍ରାର୍ଥୀଙ୍କ ସମେତ ୮୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପଞ୍ଜାବରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍‍ଗ୍ରହଣ କରାଇବା ପାଇଁ ନିର୍ବାଚନ ଆୟୋଗ ୧ଲକ୍ଷରୁ ଊର୍ଦ୍ଧ୍ବ ପୁଲିସ ଏବଂ ୧ଲକ୍ଷ ୨୫ହଜାର କର୍ମଚାରୀଙ୍କୁ ନିୟୋଜନ କରିଛନ୍ତି। ଏହି ପର୍ଯ୍ୟାୟରେ ୨ କୋଟି ୭ଲକ୍ଷ ୮୧ହଜାରରୁ ଊର୍ଦ୍ଧ୍ବ ମତଦାତା ୨୭୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories