ନୂଆଦିଲ୍ଲୀ: ୭ ପର୍ଯ୍ୟାୟ ବିଶିଷ୍ଟ ୨୦୧୯ ଲୋକସଭା ନିର୍ବାଚନ ରବିବାର ଶେଷ ତଥା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବରୁ ୪୮୬ ଆସନ ପାଇଁ ୬ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଯାଇଥିବାବେଳେ ଏହି ପର୍ଯ୍ୟାୟରେ ୫୯ଟି ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ତେବେ ଶେଷ ପର୍ଯ୍ୟାୟ ନିର୍ବାଚନଟି ବହୁ ହେଭିୱେଟ୍ ପ୍ରାର୍ଥୀଙ୍କ ପାଇଁ ଭାଗ୍ୟ ପରୀକ୍ଷାର ଦିନ। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା, ରବିଶଙ୍କର ପ୍ରସାଦ, ହର୍ସିମ୍ରତ୍ କୌର ବାଦଲ୍ ଏବଂ ହର୍ଦୀପ୍ ସିଂ ପୁରୀ, କିରଣ ଖେର୍, ସନ୍ନି ଦେଓଲ, ରବି କିଶନ ଏବଂ ଶିରୋମଣି ଅକାଳି ଦଳର ସୁଖ୍ବୀରସିଂହ ବାଦଲ, କଂଗ୍ରେସର ମୀରା କୁମାର ଏବଂ ଶତ୍ରୁଘ୍ନ ସିହ୍ନା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଶିବୁ ସୋରେନ୍ଙ୍କ ଭଳି ହେଭିୱେଟ୍ ନେତା ପ୍ରାର୍ଥୀ ହୋଇଛନ୍ତି। ଏମାନଙ୍କ ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀ ଲୋକସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବାବେଳେ ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଶତ୍ରୁଘ୍ନ ସିହ୍ନା ବିହାରର ପାଟନାସାହିବ ଆସନରେ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ।
ମୋଦୀ, ରବିଶଙ୍କର ପ୍ରସାଦ, ଶତ୍ରୁଘ୍ନ ସିହ୍ନାଙ୍କ ସମେତ ବହୁ ହେଭିୱେଟ୍ଙ୍କ ପାଇଁ ଭାଗ୍ୟ ପରୀକ୍ଷାର ଦିନ
Popular Categories



