www.samajalive.in
Thursday, December 11, 2025
23.1 C
Bhubaneswar

ରାଜ୍ୟର ୩୪ ବୁଥରେ ସାନି ମତଦାନ ଜାରି

ଭୁବନେଶ୍ଵର: ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମୟରେ ଅନିୟମିତା ଏବଂ ତ୍ରୁଟି କାରଣରୁ ୩୪ ବୁଥ୍‌ରେ ମତଦାନ ବାତିଲ ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତିକ୍ରମେ ଶେଷ ପର୍ଯ୍ୟାୟରେ ରବିବାର ଏସବୁ ବୁଥ୍‌ରେ ମତଦାନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ବୁଥଗୁଡ଼ିକରେ ଭୋଟରମାନେ ପହଞ୍ଚି ମତଦାନ କରୁଛନ୍ତି। ଭୋଟଗ୍ରହଣ ହେଉଥିବା ବୁଥଗୁଡ଼ିକ ମଧ୍ୟରେ ୩ୟ ପର୍ଯ୍ୟାୟର ୧୨ ଏବଂ ୪ର୍ଥ ପର୍ଯ୍ୟାୟର ୨୨ଟି ବୁଥ ରହିଛି। ସେଗୁଡ଼ିକ ଭିତରେ ବରୀର ସର୍ବାଧିକ ୫ଟି ବୁଥ୍‌ ରହିଥିବାବେଳେ ବାରିପଦା, ଆଠଗଡ଼ ଓ ମାହାଙ୍ଗାର ୪ଟି ଲେଖାଏ ବୁଥ, ଜଳେଶ୍ଵର, ବ୍ରହ୍ମଗିରି ଓ ବିଞ୍ଝାରପୁରର ୨ଟି ଲେଖାଏ ଏବଂ ବଡ଼ମ୍ବା, ଦେବଗଡ଼, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ଵର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରାଦୀପର ଗୋଟିଏ ଲେଖାଏ ବୁଥ୍‌ରେ ମତଦାନ ଜାରି ରହିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories