www.samajalive.in
Monday, December 15, 2025
14.1 C
Bhubaneswar

ନେଦରଲାଣ୍ଡସ୍‌ ବିଜୟ ଧାରାକୁ ରୋକିଲା ଭାରତ

ଭୁବନେଶ୍ବର  : ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ନେଦରଲାଣ୍ଡସ୍ ମହିଳା ହକି ଦଳ ଭାରତ ନିକଟରୁ ପରାଜିତ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି ୨୦୨୧-୨୨ର ମ୍ୟାଚରେ ଭାରତ ୨-୧ ଗୋଲରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି। ଏଥି ସହିତ ଭାରତ ଉକ୍ତ ପ୍ରତିଯୋଗିତ​‌ାରେ ନେଦରଲାଣ୍ଡ୍‌ସର ବିଜୟ ଧାରାକୁ ରୋକିବାରେ ଭାରତ ସଫଳ ହୋଇଛି। ଚଳତି ପ୍ରତିଯୋଗିତାରେ ନେଦରଲାଣ୍ଡସର ଏହା ପ୍ରଥମ ପରାଜୟ। ଏହି ବିଜୟ ସହ ଭାରତ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଉଭୟ ଦଳ ମଧ୍ୟରେ ଦ୍ବିତୀୟ ମ୍ୟାଚ ଶନିବାର ଖେଳାଯିବ।
ସବିତା ପୁନିଆଙ୍କ ନେତୃତ୍ବାଧିନ ଭାରତୀୟ ଦଳ ବିଶ୍ବର ଏକ ନମ୍ବର ନେଦରଲାଣ୍ଡ୍‌ସ ବିପକ୍ଷରେ ଆତ୍ମବିଶ୍ବାସର ସହ ପଡିଆକୁ ଓହ୍ଲାଇଥିଲା। ୧୧ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ନେହା ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ୨୮ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ସୋନିକା ଗୋଲରେ ପରିଣତ କରିବାରେ କୌଣସି ତ୍ରୁଟି କରିନଥିଲେ। ପ୍ରଥମାର୍ଦ୍ଧ ଖେଳ ଶେ​‌ଷ ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ଖେଳରେ ନେଦରଲାଣ୍ଡ୍‌ସ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲା। ୩୩ତମ ମିନିଟ୍‌ରେ ନେଦରଲାଣ୍ଡ୍‌ସକୁ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ୟୁବି ଜାନସେନ ଗୋଲରେ ପରିଣତ କରି ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ତୃତୀୟ କ୍ବାର୍ଟର ଖେଳ ଶେଷ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟରର ଗୋଲ ଶୂନ୍ୟ ରହିଥିଲା। ଫଳରେ ଭାରତ ମ୍ୟାଚକୁ ଜିତିବାରେ ସଫଳ ହୋଇଥିଲା। ଅତିଥି ଭାବେ ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories