www.samajalive.in
Sunday, December 7, 2025
23.1 C
Bhubaneswar

ଦେଶ ପାଇଁ ଜୀବନକୁ ବାଜି ଲଗାଇବାକୁ ପ୍ରସ୍ତୁତ ହ୍ରିତିକ-ଦୀପିକା; ଆସିଲା ‘ଫାଇଟର୍’ ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା ହ୍ରିତିକ ରୋଶନ ତାଙ୍କ ଏରିଅଲ ଆକ୍ସନ୍ ଚଳଚ୍ଚିତ୍ର ‘ଫାଇଟର୍’ ସହ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ଜାନୁଆରୀ ୨୫ ତାରିଖରେ ପରଦାକୁ ଆସିବ। ଫିଲ୍ମର ଗୀତ ଓ ଟିଜର୍‌ ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ସୃଷ୍ଟି କରିଥିଲା। ଆଉ ଏବେ ଏହି ଉତ୍ସାହକୁ ଦୁଇଗୁଣିତ କରିବା ପାଇଁ ସୋମବାର ‘ଫାଇଟର୍’ର ଦମ୍‌ଦାର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ, ଅନିଲ କପୁର ଏବଂ କରଣ ସିଂହ ଗ୍ରୋଭର ବାୟୁସେନା ଅଧିକାରୀ ସାଜି ଦେଶପ୍ରେମର ଭାବନାରେ ବୁଡି ରହିଥିବା ନଜର ଆସିଛନ୍ତି।

ଟ୍ରେଲର ଆରମ୍ଭ ହେଉଛି ହ୍ରିତିକଙ୍କ କଣ୍ଠସ୍ବରରୁ। ସେ କହୁଛନ୍ତି, ଯୋଦ୍ଧା ସେ ନୁହେଁ, ଯିଏ ଲକ୍ଷ୍ୟକୁ ପ୍ରାପ୍ତି କରିଥାଏ, ବରଂ ଯୋଦ୍ଧା ହେଉଛି ସେ, ଯିଏ ନିଜ ଶତ୍ରୁମାନଙ୍କୁ ବିନାଶ କରେ। କ୍ୟାପ୍ଟେନ ଭାବେ ଅନିଲ କପୁର ଶ୍ରେଷ୍ଠ ବାୟୁସେନା ଅଧିକାରୀମାନଙ୍କର ଏକ ଟିମ୍‌ ତିଆରି କରୁଛନ୍ତି, ଯେଉଁଥିରେ ହ୍ରିତିକ, ଦୀପିକା ଏବଂ କରଣ ସାମିଲ ଅଛନ୍ତି। ପୁଣି ପୁଲୱାମା ବୋମା ବିସ୍ଫୋରଣ ପରେ ସମସ୍ତ ଯୋଦ୍ଧା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ସେମାନଙ୍କ ଜୀବନକୁ ବାଜି ଲଗାଇଦେଉଥିବା ଦେଖିବାକୁ ମିଳିଛି।

- Advertisement -

ଏହି ସମୟରେ ସବୁ ଫାଇଟର୍‌ମାନେ ଅନେକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି ଏବଂ ବୋଧହୁଏ ସେମାନେ ନିଜ ଖୁସିକୁ ଜଳାଞ୍ଜଳି ଦେଇ ଏହି ଆହ୍ବାନକୁ ପୂରା କରିବାକୁ ଯାଉଛନ୍ତି। ଟ୍ରେଲରରେ ହ୍ରିତିକ ଏବଂ ଦୀପିକା ଦେଶ ପାଇଁ ଲଢୁଥିବା ନଜର ଆସିଛନ୍ତି ​​ଏବଂ ସେମାନଙ୍କର ଜବରଦସ୍ତ ଆକ୍ସନ୍ ଅବତାର ମଧ୍ୟ ଦେଖିବାକୁ ମିଳିଛି, ଯାହା ଦର୍ଶକଙ୍କ ଉତ୍ସାହ ବଢାଇବାକୁ ଯଥେଷ୍ଟ। ଏହି ଚଳଚ୍ଚିତ୍ର ମାଧ୍ୟମରେ ହ୍ରିତିକ ଓ ଦୀପିକା ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ।

‘ଫାଇଟର୍’ ଭାୟାକମ୍୧୮ ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ନିର୍ମିତ। ଏହା ସିଦ୍ଧାର୍ଥ ଆନନ୍ଦ ଏବଂ ତାଙ୍କ ପତ୍ନୀ ମମତା ଆନନ୍ଦଙ୍କ ଚଳଚ୍ଚିତ୍ର ନିର୍ମାତା ଭାବରେ ପ୍ରଥମ ଚଳଚ୍ଚିତ୍ର। ସିଦ୍ଧାର୍ଥ ଆନନ୍ଦ ପୂର୍ବରୁ ‘ୱାର’ ଏବଂ ‘ପଠାନ୍’ ଭଳି ସଫଳ ଆକ୍ସନ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories