www.samajalive.in
Monday, December 15, 2025
16.1 C
Bhubaneswar

ବୃଦ୍ଧଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତ ଜଳଧରପୁର ଗାଁର ଦେବେନ୍ଦ୍ର ପଲ୍ଲାଇଙ୍କଠାରୁ ବୁଧୁବାର ମଧ୍ୟାହ୍ନ ୧୨. ୫୩ ମିନିଟ ସମୟରେ ଚାନ୍ଦବାଲି କାଳୀମନ୍ଦିର ପାଖରେ ନଗଦ ୫୦ ହଜାର ଟଙ୍କା ଲୁଟି ନେଲେ ଅଜଣା ଲୁଟେରା।  ଦେବେନ୍ଦ୍ର ପଲ୍ଲାଇ ଚାନ୍ଦବାଲି ଥାନାରେ କରିଥିବା ଅଭିଯୋଗ ମୁତାବକ ଦିବା ୧୨ ଟା ସମୟରୁ ଚାନ୍ଦବାଲି କାଳୀମନ୍ଦିର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କରୁ ଲାଇନ ଲଗାଇ ନିଜ ଏକାଉଣ୍ଟରୁ ୫୦ ହଜାର ଟଙ୍କା ଉଠାଣ କରିଥିଲେ l ତାପରେ ନିଜ ମୋବାଇଲରେ ଟାଇମ ଦେଖି ମୋ ବସରେ ନିଜ ଘର ଜଳଧରପୁର ଯିବା ପାଇଁ କାଳୀମନ୍ଦିର ପାଖରେ ଥିବା ଚାନ୍ଦବାଲି ଇକୋ ବ୍ୟାଙ୍କ ପାଖରେ ବସକୁ ଅପେକ୍ଷା କରି ରହିଥିଲେ। ଟଙ୍କାକୁ ଘରୁ ଆଣିଥିବା ଏକ ବ୍ୟାଗରେ ରଖିଥିଲେ l ବ୍ୟାଗଟିକୁ ପାଖରେ ରଖି ବସିଥିବାବେଳେ ସାମାନ୍ୟ ଅନ୍ୟମନସ୍କ ହୋଇଯିବାରୁ ଅଜଣା ଦୁର୍ବୁତ୍ତ ବ୍ୟାଗ ଚୋରି କରି ନେଯାଇଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ବୃଦ୍ଧ ଜଣଙ୍କ। ଖବର ଲେଖା ବେଳକୁ ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତିଙ୍କୁ ପଚାରିବାରୁ ସିସିଟିଭି ଯାଞ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

Related Articles

Popular Categories