ବିଶ୍ୱକପ୍ରୁ ବାଦ୍ ପଡ଼ିଲେ ଡାନିଲୋ
କାଜାନ (ରୁଷିଆ) : ଚଳିତ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି ବ୍ରାଜିଲ୍ର ରକ୍ଷଣଭାଗ ଖେଳାଳି ଡାନିଲୋ। ବେଲ୍ଜିୟମ ବିପକ୍ଷ ମ୍ୟାଚ୍ ପାଇଁ ଅଭ୍ୟାସ କରୁଥିବା ବେଳେ ଡାନିଲୋ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କ ବାମ ଗୋଇଠିରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ଡାକ୍ତରୀ ପରୀକ୍ଷା ପରେ ଡାନିଲୋ ବିଶ୍ୱକପ୍ରେ ଆଗକୁ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ସୂଚନାଥାଉକି ୨୬ ବର୍ଷୀୟ ଡାନିଲୋ ଗ୍ରୁପ୍ ପର୍ଯ୍ୟାୟରେ ସ୍ୱିଜରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ବେଳେ ଗୋଇଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ସ୍ଥାନରେ ଫାଗନରଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବ୍ରାଜିଲ୍ ଫୁଟବଲ ଆସୋସିଏସନ୍ ତରଫରୁ କୁହାଯାଇଛି ଅଭ୍ୟାସ କରୁଥିବା ବେଳେ ଡାନିଲୋଙ୍କ ଗୋଇଠିରେ ଆଘାତ ଲାଗିଥିଲା। ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବା ପରେ ଆଘାତ ଗୁରୁତର ଥିବା ଜଣାପଡ଼ିବା ପରେ ସେ ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି। ତେବେ ଡାନିଲୋ ବ୍ରାଜିଲ୍ ଦଳର ସହ ରହିବେ ବୋଲି ସୂଚନା ମିଳିଛି।