ପରାଜୟ ସତ୍ତ୍ବେ ପ୍ରିକ୍ୱାର୍ଟରରେ ଜାପାନ

0

ଭଲ୍‍ଗୋଗ୍ରାଡ୍‍ : ଗୁରୁବାର ଏଠାରେ ଗ୍ରୁପ୍‍ ‘ଏଚ୍‍’ର ଏକ ମ୍ୟାଚରେ ପୋଲାଣ୍ଡ ୧-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ଏହି ପରାଜୟ ସତ୍ତ୍ବେ ଜାପାନ ଦ୍ୱିତୀୟ ଦଳ ଭାବେ ଏହି ଗ୍ରୁପ୍‍ରୁ ପ୍ରିକ୍ୱାର୍ଟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଏହି ଗ୍ରୁପ୍‍ରେ କଲମ୍ବିଆ ୬ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ଉଭୟ ଜାପାନ ଓ ସେନିଗାଲ ପ୍ରତ୍ୟେକ ୪ ପଏଣ୍ଟ ସହ ଲିଗ୍‍ ପର୍ଯ୍ୟାୟ ଶେଷ କରିଛନ୍ତି। ଜାପାନ ଓ ସେନିଗାଲର ପଏଣ୍ଟ ଓ ଗୋଲ ବ୍ୟବଧାନ ସମାନ ହୋଇଥିଲେ ହେଁ ଜାପାନ ଅପେକ୍ଷାକୃତ କମ ହଳଦିଆ କାର୍ଡ (ଫେୟାରପ୍ଲେ) ପାଇଥିବାରୁ ଦ୍ୱିତୀୟ ସ୍ଥାନ ଅଧିକାର କରି ନକ୍‍ଆଉଟରେ ପ୍ରବେଶ କରିଛି।
ପୋଲାଣ୍ଡ ପୂର୍ବରୁ ଦୁଇଟି ମ୍ୟାଚରେ ପରାସ୍ତ ହୋଇ ବିଶ୍ୱକପରୁ ବାଦପଡିଥିବାବେଳେ ଜାପାନ ପାଇଁ ଏହି ମୁକାବିଲା ଅପେକ୍ଷାକୃତ ଗୁରୁତ୍ୱପୂର୍ଣ୍ଣ ଥିଲା। ୫ ମିନିଟରେ ସାଥି ଖେଳାଳି ଗ୍ରୋସିସ୍କିଙ୍କଠାରୁ ମିଳିଥିବା ପାସ୍‍ରୁ ରବର୍ଟ ଲିଣ୍ଡ୍‍ୱୋସ୍କି ଶକ୍ତିଶାଳୀ ସଟ୍‍ ମାରିଥିଲେ ସୁଦ୍ଧା ଏହା ଜାପାନ ରକ୍ଷଣଭାଗକୁ ଭେଦ କରିପାରିନଥିଲା। ୭ ମିନିଟରେ ଜାପାନର ତାକାସି ଉସାମି ମଝି ପଡିଆରୁ ଏକାକି ବଲ ନେଇ ପୋଲାଣ୍ଡ ଏରିଆରେ ପ୍ରବେଶ କରିଥିଲେ ସୁଦ୍ଧା ଠିକଣା ସମୟରେ ସୁଯୋଗକୁ କାର୍ଯ୍ୟକାରୀ କରିପାରିନଥିଲେ। ଦୁଇ ମିନିଟ ବ୍ୟବଧାନରେ ପୋଲାଣ୍ଡ ଗୋଲ ଏରିଆ ମଧ୍ୟରେ ମିଳିଥିବା ୟୁତୋ ନାଗାତୋମୋଙ୍କ ପାସ୍‍ରୁ ୟୋସିମୋରି ମୁତୋ ଫାଇଦା ଉଠାଇ ନ ପାରିବାରୁ ଜାପାନ ଏକ ସୁଯୋଗ ହରାଇଥିଲା। ୧୩ ମିନିଟରେ ମୁତୋଙ୍କ ଶକ୍ତିଶାଳୀ ସଟ୍‍କୁ ପୋଲାଣ୍ଡ ଗୋଲରକ୍ଷକ ଫାବିୟାନ୍‍ସ୍କି ଡାଇଭ ମାରି ଅଟକାଇଥିଲେ। ୧୬ ମିନିଟରେ ହିରୋକି ସାକାଇଙ୍କ ସଟ୍‍ ପୁଣି ଫାବିୟାନ୍‍ସ୍କିଙ୍କ ହାତକୁ ଯାଇଥିଲା। ଜାପାନ ଦଳର ଘନ ଘନ ଆକ୍ରମଣ ସତ୍ତ୍ବେ ଦଳ ଗୋଲ ଦେବାରୁ ବଞ୍ଚିତ ହୋଇଥିଲା। ୨୧ ମିନିଟରେ ପୋଲାଣ୍ଡକୁ କର୍ଣ୍ଣର କିକ୍‍ ମିଳିଥିବା ବେଳେ ଗ୍ରୋସି୍‍ସ୍କିଙ୍କ ହେଡରକୁ ଜାପାନ ଗୋଲରକ୍ଷକ ଏଇଜି କାୱାସିିମା ଚମତ୍କାର ଢଙ୍ଗରେ ଅଟକାଇ ଦଳକୁ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ୩୨ ମିନିଟରେ ଗ୍ରୋସି୍‍ସ୍କି ପୁଣି ଏକ ସୁଯୋଗ ପାଇଥିଲେ। ତେବେ କାୱାସିମାଙ୍କ ତତ୍ପରତା ଯୋଗୁଁ ପୋଲାଣ୍ଡକୁ ସଫଳତା ମିଳିନଥିଲା। ୪୦ ମିନିଟରେ ଜାପାନକୁ କର୍ଣ୍ଣର ମିଳିଥିଲେ ସୁଦ୍ଧା ଉସାମିଙ୍କ ସଟ୍‍ ସିଧାସଳଖ ଫାବିୟାନ୍‍ସ୍କିଙ୍କ ହାତରେ ପଡିଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ମ୍ୟାଚ ଗୋଲଶୂନ୍ୟ ରହିଥିଲା।
୫୧ ମିନିଟରେ ଉସାମିଙ୍କ ପାସ୍‍କୁ ବେରେସ୍‍ଜିନ୍‍ସ୍କି ହେଡ୍‍ କରି ପୋଲାଣ୍ଡ ଗୋଲ ଏରିଆରୁ ବାହାର କରିଦେଇଥିଲେ। ୫୭ ମିନିଟରେ ଜାପାନକୁ ଆଉ ଏକ କର୍ଣ୍ଣର କିକ୍‍ ମିଳିଥିଲେ ସୁଦ୍ଧା ଉସାମିଙ୍କ ସଟ୍‍କୁ ପୋଲାଣ୍ଡ ଡିଫେଣ୍ଡର ଗ୍ଲିକ୍‍ ଅଟକାଇଥିଲେ। ୫୯ ମିନିଟରେ ରାଫେଲ କୁରଜାୱାଙ୍କ ଫ୍ରିକିକ୍‍ରୁ ଜାନ୍‍ ବେଡ୍‍ନାରେକ୍‍ ଚମତ୍କାର ଭଙ୍ଗିରେ ଗୋଲ ସ୍କୋର କରି ପୋଲାଣ୍ଡକୁ ୧-୦ରେ ଆଗୁଆ କରିଥିଲେ। ୬୫ ମିନିଟରେ ଜାପାନ ତାହାର ଦ୍ୱିତୀୟ ଖେଳାଳିଙ୍କୁ ପରିବର୍ତ୍ତନ କରିଥିଲା। ଉସାମିଙ୍କ ସ୍ଥାନରେ ନୁଇ ପଡିଆକୁ ଓହ୍ଲାଇଥିଲେ। ୬୬ ମିନିଟରେ ଲିଣ୍ଡ୍‍ୱୋସ୍କିଙ୍କୁ ଫାଉଲ ମାରିଥିବା ଅଭିଯୋଗରେ ରେଫେରୀ ଜାପାନର ମାକିନୋଙ୍କୁ ହଳଦିଆ କାର୍ଡ ପ୍ରଦର୍ଶନ କରିଥିଲେ। ୭୨ ମିନିଟରେ ଜାପାନକୁ କର୍ଣ୍ଣର ମିଳିଥିଲେ ସୁଦ୍ଧା ୟୋସିଦାଙ୍କ ସଟ୍‍ ପୋଲାଣ୍ଡ ଗୋଲପୋଷ୍ଟ ବାହାରକୁ ଚାଲିଯାଇଥିଲା। ୭୪ ମିନିଟରେ ପୋଲାଣ୍ଡ ପ୍ରତିଆକ୍ରମଣରୁ ଆଉ ଏକ ସୁଯୋଗ ସୃଷ୍ଟି କରିଥିଲା। ତେବେ ଲିଣ୍ଡ୍‍ୱୋସ୍କିଙ୍କ ସଟ୍‍ ଜାପାନ ଗୋଲପୋଷ୍ଟ କ୍ରସବାର୍‍ ଉପରେ ଚାଲିଯାଇଥିଲା। ୭୯ ମିନିଟରେ ପୋଲାଣ୍ଡ ଦୁଇଜଣ ଖେଳାଳିଙ୍କୁ ବଦଳ କରିଥିଲା। ଶେଷ ମୁହୂର୍ତ୍ତରେ ଜାପାନ ଗୋଲ ପରିଶୋଧ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇନଥିଲା।

kalyan agarbati
Leave A Reply