www.samajalive.in
Monday, December 15, 2025
15.1 C
Bhubaneswar

ପେରୁକୁ ହରାଇଲା ଡେନ୍‍ମାର୍କ

ସାରାନ୍‍ସ୍କ :ଫିଫା ଫୁଟ୍‍ବଲ ବିଶ୍ୱକପ୍‍ରେ ଶନିବାର ଏକ ଗ୍ରୁପ୍‍ ‘ସି’ ମ୍ୟାଚ୍‍ରେ ପେରୁକୁ ପରାସ୍ତ କରିଛି ଡେନ୍‍ମାର୍କ। ୟୁସୁଫ୍‍ ୟୁରାରି ପୌଲ୍‍ସେନ୍‍ଙ୍କ ଏକମାତ୍ର ଗୋଲ୍‍ ବଳରେ ଡେନ୍‍ମାର୍କ ୧-୦ ଗୋଲ୍‍ରେ ବିଜୟୀ ହୋଇ ପୂରା ୩ ପଏଣ୍ଟ ପାଇଛି। ମ୍ୟାଚ୍‍ରେ ପେରୁ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ୟୁରାରିଙ୍କ ଏକମାତ୍ର ଗୋଲ୍‍ ଡେନ୍‍ମାର୍କକୁ ବିଜୟ ଦେଇଛି। ପ୍ରଥମାର୍ଦ୍ଧରେ ପେରୁର କ୍ରିଷ୍ଟିଆନ୍‍ କ୍ୟୁଭା ପେନାଲ୍‍ଟି ମିସ୍‍ କରିବା ଏହା ପାଇଁ ଘାତକସିଦ୍ଧ ହୋଇଛି।
୧୯୮୨ରେ ଶେଷଥର ପାଇଁ ପେରୁ ବିଶ୍ୱକପ୍‍ ଖେଳିଥିଲା। ଆଜି ମ୍ୟାଚ୍‍ରେ ପେରୁ ଦଳରେ ଥିବା କୌଣସି ଖେଳାଳି ସେତେବେଳେ ଜନ୍ମଗ୍ରହଣ ମଧ୍ୟ କରିନଥିଲେ। ଆହୁରି ଏକ ପରିସଂଖ୍ୟାନ ହେଉଛି ଉଭୟ ପେରୁ ଓ ଡେନ୍‍ମାର୍କ ସେମାନଙ୍କର ଶେଷ ୧୫ଟି ମ୍ୟାଚ୍‍ରୁ ଗୋଟିଏ ମଧ୍ୟ ହାରିନାହାନ୍ତି। ମ୍ୟାଚ୍‍ରେ ପେରୁ ଅଧିକ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା। ୧୩ ମିନିଟରେ ପେରୁ ଏକ ସଂଘବଦ୍ଧ ଆକ୍ରମଣ କରିିଥିଲା। ତେବେ ଆନ୍ଦ୍ରେ କାରିଲୋଙ୍କ ସଟ୍‍କୁ ଡେନ୍‍ମାର୍କ ଗୋଲ୍‍ରକ୍ଷକ କାସ୍ପର ସ୍କିମାଇକେଲ ଡାଇଭ୍‍ମାରି ରୋକି ଦେଇଥିଲେ। ୨୦ ମିନିଟରେ ଡେନ୍‍ମାର୍କର ପିଓନୋ ସିଷ୍ଟୋ ଏକ ସଟ୍‍ ମାରିଥିଲେ; ଯାହାକୁ ପେରୁ ଡିଫେଣ୍ଡର ରୋକି ଦେଇଥିଲେ। ୨୬ ମିନିଟରେ ଡେନ୍‍ମାର୍କକୁ କ୍ରମାଗତ ୨ଟି କର୍ଣ୍ଣର ମିଳିଥିଲେ ହେଁ ଉଭୟ ଦଳ ଏହା ବେକାର ହୋଇଥିଲା। ୪୪ ମିନିଟରେ ଗୋଲ୍‍ଦେବାର ସୁବର୍ଣ୍ଣ ସୁଯୋଗ ଛାଡ଼ିଥିଲା ପେରୁ। ଫାଉଲ୍‍ ପରେ ପେରୁ ଖେଳାଳିଙ୍କ ଅପିଲ୍‍ରେ ରେଫେରି ଭିଏଆର୍‍ ଦେଖି ପେରୁକୁ ପେନାଲ୍‍ଟି ଦେଇଥିଲେ। ତେବେ ପେରୁର କ୍ରିଷ୍ଟିଆନ୍‍ କ୍ୟୁଭା ବଲ୍‍କୁ କ୍ରସ୍‍ବାର ଉପରେ ମାରି ଦେଇଥିଲେ। ଏହିପରି ମଧ୍ୟାନ୍ତର ଗୋଲ୍‍ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ୫୯ ମିନିଟରେ ଡେନ୍‍ମାର୍କ ପ୍ରଥମ ଗୋଲ୍‍ଦେବାରେ ସଫଳ ହୋଇଥିଲା। ମ୍ୟାଚ୍‍ରେ ଡେନ୍‍ମାର୍କ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କ୍ରିଷ୍ଟିଆନ୍‍ ଏରିକ୍‍ସେନ୍‍ ବଲ୍‍ ପାଇ ପେରୁର ଏକାଧିକ ଡିଫେଣ୍ଡରଙ୍କୁ ଚକ୍‍ମାଦେଇ ବଲ୍‍ ଦେଇଥିଲେ ଫରୱାର୍ଡ ୟୁସୁଫ୍‍ ୟୁରାରି ପୌଲ୍‍ସେନ୍‍ଙ୍କୁ। ଏଥିରୁ ଗୋଲ୍‍ଦେବାରେ ୟୁରାରି ଆଦୌ ତ୍ରୁଟି କରିନଥିଲେ। ୬୧ ମିନିଟରେ ଗୋଲ୍‍ ସୁଝାଇବାର ସୁବର୍ଣ୍ଣ ସୁଯୋଗ ପାଇଥିଲା ପେରୁ। ଏହାର ଫରୱାର୍ଡ ଏଡିସନ୍‍ ଫ୍ଲୋରିସ୍‍ଙ୍କ ସଟ୍‍କୁ ଡେନ୍‍ମାର୍କର ଗୋଲ୍‍ରକ୍ଷକ କାସ୍ପର ସ୍କିମାଇକେଲ୍‍ ଡାଇଭ୍‍ମାରି ରୋକି ଦେଇଥିଲେ। ୬୯ ମିନିଟରେ ପେରୁର ଜେଫରସନ୍‍ ଫରହାନ୍‍ ଅତି ନିକଟରୁ ଗୋଲ୍‍ ଦେଇ ପାରିନଥିଲେ। ୭୯ ମିନିଟରେ ପେରୁ ଆଉ ଏକ ସୁଯୋଗ ଛାଡ଼ିଥିଲା। ୮୨ ମିନିଟରେ ଡେନ୍‍ମାର୍କକୁ ୨ୟ ଗୋଲ୍‍ ସ୍କୋର୍‍ କରିବାରୁ ରୋକିଥିଲେ ପେରୁ ଡିଫେଣ୍ଡର। ୮୪ ମିନିଟରେ ସ୍କିମାଇକେଲ ପୁଣିଥରେ ପେରୁକୁ ଗୋଲ୍‍ ସ୍କୋର୍‍ କରିବାରୁ ବଞ୍ଚାଇଥିଲେ। ୮୬ ମିିନିଟରେ କ୍ରିଷ୍ଟିଆନ୍‍ ଏରିକ୍‍ସନ୍‍ଙ୍କ ସଟ୍‍କ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories