www.samajalive.in
Sunday, December 14, 2025
18.1 C
Bhubaneswar

ଚିଲିକାରୁ ମିଳିଲା ଆଉ ୪ ମୃତଦେହ

ଚିଲିକା: ଚିଲିକା ହ୍ରଦରେ ଗତ ଶନିବାର ଡଙ୍ଗା ବୁଡ଼ି ଘଟଣାରେ ଉଦ୍ଧାର କାର୍ଯ୍ୟ ସରିଛି। ସମସ୍ତ ୬ ମୃତଦେହ ଉଦ୍ଧାର କରାଯାଇଛି। ଗତ କାଲି ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଜଣକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ରବିବାର ଆଉ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଦୁଇ ଜଣ ଯୁବତୀ ଓ ଜଣେ ଶିଶୁ ଅଛନ୍ତି। ଗତ କାଲି ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସମସ୍ତ ମୃତାହତ ଭୁବନେଶ୍ୱର ଓ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।

ଶନିବାର ୧୬ ଜଣ ଯାତ୍ରୀଙ୍କୁ ନେଇ ଚିଲିକାକୂଳ ଜେଟିଠାରୁ ସନ୍ଧ୍ୟା ୫ଟାରେ ଏକ ଡଙ୍ଗା କାଳୀଜାଈ ଅଭିମୁଖେ ଯାଇଥିଲା। ସେଠାରୁ ଫେରୁଥିବା ବେଳେ କାଳବୈଶାଖୀ ଝଡ଼ତୋଫାନ ଯୋଗୁଁ ଚିଲିକା  ମଝିରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍କାର ଦୁଇ ନାଉରିଆ ସହିତ ଏବଂ ୧୬ ଯାତ୍ରୀ ବୁଡ଼ି ଯାଇଥିଲେ। ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ତତ୍‌କ୍ଷଣାତ୍‌ ଦମକଳ ବାହିନୀ, ଓଡ୍ରାଫ ଟିମ୍‍, ନୌସେନା, ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ବଡ଼କୂଳ ବୋଟ ଆସୋସିଏସନ୍‍ କର୍ମଚାରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍‌ ହୋଇଥିଲେ। ଗତ କାଲି ରାତି ସୁଦ୍ଧା ଜଣେ ମହିଳାଙ୍କୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରଯାଇ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୮ ବର୍ଷର ଝିଅର ମୃତ୍ୟୁ ଘଟିଥିଲା।

- Advertisement -

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories