www.samajalive.in
Saturday, December 6, 2025
15.1 C
Bhubaneswar

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣରୁ ମିଳିଥିବା ତଥ୍ୟ ପ୍ରକାରେ , ୩ ଟି ଅର୍ଥ ଅସୁଲି ମାମଲାରେ ୭ ଲକ୍ଷ ୨୪ହଜାର ୪୦୦ ଟଙ୍କା ଆଦାୟ କରାଯାଇ ଥିବାବେଳେ,୨୨ ଗୋଟି ବକେୟା ଟେଲିଫୋନ୍ ବିଲ୍ ଆଦାୟ ବାବଦରେ ୩୦ହଜାର ୫୨୮ ଟଙ୍କା ଆଦାୟ ହୋଇପାରିଛି । ସେହିପରି ପୂର୍ବରୁ ବିଚାରାଧୀନ ଥିବା ୧୨ ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୧୫ଲକ୍ଷ ୫୬ହଜାର ୫୪୪ ଟଙ୍କା ଆଦାୟ କରାଯାଇ ଥିବାବେଳେ ୬ ଗୋଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୨୫ଲକ୍ଷ ୨୦ହଜାର ଟଙ୍କା ଆଦାୟ କରାଯାଇଛି । ଅନ୍ୟାନ୍ୟ ୨ଟି ସିଭିଲ୍ କେସ୍‌ର ବିଚାର କରାଯାଇ ୫୨ହଜାର ୯୭ ଟଙ୍କା ଆଦାୟ କରାଯାଇଛି । ତେବେ ୩୨ ଟି ଫୌଜଦାରୀ ଓ ସିଭିଲ, ୫୧୦ ଟି ରେଭେନ୍ୟୁ, ୧୩ଟି ବୈବାହିକ ବିବାଦ,୨୨ଟି ଅନ୍ୟାନ୍ୟ ଦେୱାନୀ ମାମଲା ଇତ୍ୟାଦିର ଫଇସଲା କରାଯାଇଥିଲା । ଜିଲ୍ଲା ଜଜ୍‌-ତଥା-ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୀତକଣ୍ଠ ସାମଲ, ଅତିରିକ୍ତ ଜିଲ୍ଲା ଜଜ୍ ଓ ସେସନ୍ ଜଜ୍ ସ୍ମୃତିଲେଖା ବାରିକ, ସ୍ଥାୟୀ ଲୋକ ଅଦାଲତ (ପି.ୟୁ.ଏସ୍‌.),ଫୁଲବାଣୀର ଜଜ୍ ଶ୍ରୀ ସନ୍ତୋଷ କୁମାର ନାୟକ, ସି.ଜେ.ଏମ୍‌., ଫୁଲବାଣୀ ଶ୍ରୀ ସୈକତ୍ ପାତ୍ର, ଦେୱାନୀ ଅଦାଲତର ରେଜିଷ୍ଟ୍ରାର ଶ୍ରୀ ସି.ଏ. ଦେଶପ୍ରିୟ ବାରିକ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କନ୍ଧମାଳ, ଫୁଲବାଣୀ  ଅନୁଶିଲା ରୟ , ଏସ୍‌.ଡି.ଜେ.ଏମ୍‌, ଫୁଲବାଣୀ ଶ୍ରୀ ଅରିଜିତ୍ ଦାସ, ଜେ.ଏମ୍‌. ଏଫ୍‌.ସି., ଫୁଲବାଣୀ ସୌମ୍ୟାଶ୍ରୀ ମହାପାତ୍ର, ଜିଲ୍ଲା ବାର୍ ଆସୋସିଏସନ୍‌ର ସଭାପତି ଓ ଅନ୍ୟ ସଦସ୍ୟ ସଦସ୍ୟାମାନଙ୍କ ଇଜ୍‌ଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories