www.samajalive.in
Saturday, December 6, 2025
23.1 C
Bhubaneswar

୭୦୨କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା: ରା.ଉଦୟଗିରି ଓ ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ କାରବାର । ମାଫିଆମାନେ ଅଞ୍ଚଳରେ ସକ୍ରିୟ ଥିବାବେଳେ ପୁଲିସ ହାବୁଡରେ ପଡି ଜେଲ ମଧ୍ୟ ଯାଉଛନ୍ତି । ତଥାପି ଅଞ୍ଚଳରେ ଗଞ୍ଜେଇ କାରବାର ଥମିବାର ନାଁ ନେଉନି ।ଗଜପତି ଗଞ୍ଜେଇର ଚାହିଦା ବାହାର ରାଜ୍ୟରେ ଢେର ଅଧିକ ରହିଛି ।ତେଣୁ ଅନେକ ସମୟରେ ଗଜପତି ଜିଲ୍ଲାରୁ ଗଞ୍ଜେଇ ଚୋରାଚାଲାଣ ବେଳେ ଅନେକ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଉଛନ୍ତି ।ତଥାପି ଗଞ୍ଜେଇ ମାଫିଆଙ୍କ ମନରେ ଯେମିତିକି କୌଣସି ଭୟ ନାହିଁ । ସେହିପରି ଗତକାଲି କୁଇଣ୍ଟାଲ୍ କୁଇଣ୍ଟାଲ୍ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ବେଳେ ରା. ଉଦୟଗିରି ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମକାପଦା ଛକ ନିକଟରେ ଗୋଟିଏ ବୋଲେରୋ ପିକ ଅପ ଗାଡ଼ି ସହ ୨୩ଟି ଜରି ବସ୍ତାରେ ଥିବା  ୭୦୨ କିଲୋ ୩ ଶହ ଗ୍ରାମ ଗଞ୍ଜେଇ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି ।ଘଟଣାରେ ସଂପୃକ୍ତ ପୁରୀ ଜିଲ୍ଲା ବାଳଙ୍ଗ ଥାନା ଆରି ସାହିର ପ୍ରହଲ୍ଲାଦ ବେହେରାଙ୍କୁ ଗିରଫ କରିଛି ।  ଘଟଣାସ୍ଥଳରୁ ଜଣେ ଚମ୍ପଟ ମାରିବାରେ ସକ୍ଷମ ହୋଇଛି ।ତେବେ ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣଙ୍କ ବ୍ରହ୍ମଗିରି ଗୌଡ଼ ସାହିର ଶରତ କୁମାର ଦେ ବୋଲି ରା. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories