www.samajalive.in
Saturday, December 6, 2025
26.1 C
Bhubaneswar

ଚଳନ୍ତା ବାଇକରୁ ପଡି ମହିଳା ମୃତ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ୬୫ନଂ ରାଜ୍ୟ ରାଜପଥର ଦୋରଡ ଓ ଗୋପିନାଥପୁର ମଧ୍ୟବର୍ତ୍ତୀ ପେଟ୍ରୋଲ ପମ୍ପ ନିକଟରେ ଏକ ଚଳନ୍ତା ବାଇକରୁ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ ଗ୍ରାମର କେଦାରେଶ୍ୱର ରାଉତଙ୍କ ପତ୍ନୀ ଯମୁନା ରାଉତ ଅସ୍ଥି ଚିକିତ୍ସା ପାଇଁ ରବିବାର ପ୍ରାୟ ୧୧ଟା ବେଳେ ତାଙ୍କ ପୁଅ ବିକ୍ରମ ରାଉତଙ୍କ ସହ ଏକ ବାଇକରେ କୁଲାଇଲୋ ଯାଉଥିଲେ । ତେବେ କୌଣସି କାରଣରୁ ଗୋପିନାଥପୁର ନିକଟସ୍ଥ ଉକ୍ତ ପେଟ୍ରୋଲ ପମ୍ପ ନିକଟରେ ଯମୁନା ହଠାତ୍‍ ବାଇକରୁ ରାସ୍ତାରେ ଖସିପଡିଥିଲେ । ମୁଣ୍ଡରେ ଗୁରୁତର ଆଘାତ ଲାଗି ଆହତ ହୋଇଥିବା ଯମୁନାଙ୍କୁ ଆଠଗଡ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଠଗଡ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିବା ଜଣାପଡିଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories