www.samajalive.in
Friday, December 12, 2025
14.1 C
Bhubaneswar

ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ  

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପୁଲିସ ପକ୍ଷରୁ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଛି । ଗୋଛାପଡ଼ା ପଞ୍ଚାୟତର ବୁନ୍ଦୁଲି ଗ୍ରାମ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିବା କୈାଣସି ସୁତ୍ରରୁ ଖବର ପାଇ  ଜିଲ୍ଲା ପୁଲିସ ଓ ଫୁଲବାଣୀ ଅବକାରୀ ବିଭାଗର ମିଳିତ ସହଯୋଗରେ

ଉକ୍ତ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୯୩ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି । ଏହି ଚଢାଉ ବେଳେ ମାଜିଷ୍ଟ୍ରେଟ ବିରଞ୍ଚି କହଁର, ସଦର ଏସଡିପିଓ ସୁପ୍ରସନ ମଲ୍ଲିକ, ଗୋଛାପଡ଼ା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ଅବକାରୀ ସବ ଇନ୍ସପେକ୍ଟର ସୁରେଶ କୁମାର ତାଣ୍ଡି ଓ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ଥିଲେ । ଏଥିରେ ଗଛ କଟାଳି, ଶ୍ରମିକ ନିୟୋଜିତ ଥିବା ବେଳେ ଏ ସଂକ୍ରାନ୍ତରେ ଗୋଛାପଡା ଥାନାରେ ୧୩୯/୨୨ରେ ଏକ ମାମଲା ରୁଜୁ କରା ଯାଇଥିବା ଥାନା ଅଧିକାରୀ ଶ୍ରୀ ମୁନି ସୂଚନା ଦେଇଛନ୍ତି । ଏଥି ସହିତ ଏହା ଏବର୍ଷର ଜିଲ୍ଲାରେ ପ୍ରଥମ ଘଟଣା ବୋଲି ମଧ୍ୟ କହିଛନ୍ତି ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories