www.samajalive.in
Sunday, December 7, 2025
26.1 C
Bhubaneswar

ଯୌତୁକ ପାଇଁ ବୋହୂର ଆଙ୍ଗୁଠି କାଟିଦେଲେ ଶାଶୁ

ଫୁଲବାଣୀ: କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ଦୁର୍ଗମ ଡଙ୍ଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଯୌତୁକକୁ ନେଇ ଦୀର୍ଘଦିନ ହେଲା ଲାଗିରହିଥିଲା ଅଶାନ୍ତି ଉଗ୍ରରୂପ ଧାରଣ କରିଥିବା ବେଳେ ଏଥିରେ ନିଜେ ଶାଶୁ ନିଜ ବୋହୂକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ ବୋହୁ ଝୁଲଣା ବେହେରାଙ୍କ ବାମ ହାତର ଏକ ଆଙ୍ଗୁଠି କଟି ଯାଇଛି । ଗୁରୁତର ଅବସ୍ଥାରେ ଝୁଲଣାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏନେଇ ପୀଡ଼ିତାଙ୍କ ଭାଇ ଅଫିସର ପାତ୍ର ସଦର ଥାନାରେ ଏକ ଏତଲା ଦେଇଛନ୍ତି । ଏତଲା ପ୍ରକାରେ ପୁଲିସ୍‌ କେସ ନଂ ୧୬୨/୨୨ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଥିବା ସଦରଥାନା ଅଧିକାରୀ ସମୀର କୁମାର ରାଉତ ସୂଚାନ ଦେଇଛନ୍ତି ।

ଦୀର୍ଘ ୧୧ ବର୍ଷ ତଳେ ଝୁଲଣା ଡଙ୍ଗା ଗାଁର କୃତିବାସ ବେହେରାଙ୍କ ସହିତ ପ୍ରେମ ବିବାହ କରିଥିଲେ । ବିବାହାର କିଛିଦିନ ଭଲରେ କଟିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜେ ସ୍ୱାମୀ ଓ ଶାଶୁ ଯୌତୁକ ଦାବି କରି ବାରମ୍ବାର ନିର୍ଯ୍ୟତନା ଦେଇ ଆସୁଥିଲେ । ଏପରିକି ନିର୍ଯାତନାର ଶିକାର ହେଉଥିବା ବୋହୂ ବାରମ୍ବାର ନିଜ ବାପ ଘରକୁ ମଧ୍ୟ ଚାଲିଆସୁଥିଲେ । ପରବର୍ତ୍ତୀ ସମୟରେ ପୁଣିଥରେ ଶାଶୁଘର ଲୋକେ ତାଙ୍କୁ ନାନା ବାହାନାରେ ଡଙ୍ଗା ଗାଁକୁ ନେଇ ନାନା ପ୍ରକାର ନିର୍ଯାତନା ଦେଇ ଆସୁଥିଲେ  । ରବିବାର ସକାଳେ ପୁଣିଥରେ ଏହି ଯୌତକୁ ନେଇ ଉଭୟ ସ୍ୱାମୀ-ଶାଶୁ ଓ ବୋହୂ ମଧ୍ୟରେ କଳି ହୋଇଥିବା ବେଳେ ଉଭୟ ସ୍ୱାମୀ ଓ ଶାଶୁ ଏକ ଧାରୁଆ ଅସ୍ତ୍ରରେ ଝୁଲଣାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ଝୁଲଣା ହାତ ଦେଖାଇ ଦେଇଥିଲା ଫଳରେ ତାଙ୍କର ବାମ ହାତର ବିଶି ଆଙ୍ଗୁଠିଟି ସଂପୂର୍ଣ୍ଣ ଭାବେ କଟିଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories