BJD Bijuli 480×75 Mob

ଚିକିତ୍ସିତ ହେଉଥିବା ବୃଦ୍ଧ ନିଖୋଜ, ଖୋଜି ଆଣିବା ପାଇଁ ଜିଲାପାଳଙ୍କୁ ନିବେଦନ

BJD Bijuli 480×75 Mob

ଫୁଲବାଣୀ : ଛତିଶଗଡର ରାୟପୁର ଠାରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ୭୩ ବର୍ଷର ବୃଦ୍ଧ ନିଖୋଜ ହୋଇ ଯାଇଛନ୍ତି। ପରିବାର ଲୋକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ନ ପାଇବାରୁ ଶେଷରେ ବୃଦ୍ଧଙ୍କୁ ଖୋଜି ଆଣିବା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ବାଲିଗୁଡା ଥାନା ବୁରାଙ୍ଗିଆ ଗ୍ରାମର କିନି ଦିଗାଲ ପକ୍ଷାଘାତ ରୋଗରେ ପୀଡିତ ଥିବାରୁ ସେ ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତ ୧ ତାରିଖ ଦିନ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଘରୋଇ ଚିକିତ୍ସା କରିବେ କହି ସାଙ୍ଗରେ ଡାକି ନେଇଥିଲେ। ତେବେ ତା ପରଠାରୁ ସେ ଆଉ ଡାକ୍ତରଖାନାକୁ ଫେରି ନାହାନ୍ତି। ଘରଲୋକେ ସମ୍ପୃକ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବାରେ ସେ ରୋଗୀଙ୍କୁ ଚିକିତ୍ସା କରି ଡାକ୍ତରଖାନାକୁ ପଠାଇ ଦେଇଥିବା କହୁଛନ୍ତି। କିନ୍ତୁ ରୋଗୀ ଡାକ୍ତରଖାନାକୁ ଫେରି ନଥିବା କହୁଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ଅନେକ ସ୍ଥାନରେ ସନ୍ଧାନ କରି ମଧ୍ୟ ବାପାଙ୍କର କୌଣସି ପତ୍ତା ପାଇ ନଥିବା ପୁଅ ଦାସିକା ଦିଗାଲ ପ୍ରକାଶ କରିଛନ୍ତି। ସବୁଆଡୁ ନିରାଶ ହେବା ପରେ ବାପାଙ୍କୁ ଖୋଜି ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।

Comments are closed.