www.samajalive.in
Sunday, December 7, 2025
23.1 C
Bhubaneswar

କେନ୍ଦ୍ର ରେଳମନ୍ତ୍ରୀଙ୍କୁ କନ୍ଧମାଳ ରେଲୱେ କ୍ରିୟାନୁଷ୍ଠାନ କମିଟିର ଦାବୀ ପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲା ରେଲୱେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁବନେଶ୍ୱର ରେଲୱେ ଗେଷ୍ଟ ହାଉସଠାରେ ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଗୋପାଲପୁର – ସମ୍ବଲପୁର ଭାୟା ଫୁଲବାଣୀ ଦେଇ ପ୍ରସ୍ତାବିତ ରେଳ ପ୍ରକଳ୍ପନିର୍ମାଣ ପାଇଁ ୧୯୭୮ମସିହାରୁ ଦାବୀ ହୋଇ ଆସୁଛି। ଜନସାଧାରଣଙ୍କ ଦାବୀ ଅନୁସାରେ ଫୁଲବାଣୀ ସଦର ମହକୁମା ଦେଇ ରେଲୱେ ଲାଇନ ଯିବ ବୋଲି ୱେବ ସାଇଟରେ ପ୍ରଦର୍ଶିତ ହୋଇଥିଲା। କିନ୍ତୁ ହଠାତ ଗତ ୩/୪ମାସ ହେବ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ରେଲୱେ ୱେବ ସାଇଟରେ ଫୁଲବାଣୀ ସଦର ମହକୁମାକୁ ରେଳ ଲାଇନ ଛୁଇଁବ ନାହିଁ ବୋଲି ଜଣାପଡିବା ପରେ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୈଠକ କରାଯାଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଇତି ମଧ୍ୟରେ କୋୖଣସି ଉତ୍ତର ମିଳି ନଥିବାରୁ ସେପ୍ଟେମ୍ବର ୧୭ତାରିଖରେ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି କମଳାକାନ୍ତ ପାଣ୍ଡେ, ଆଇନଜୀବୀ ବିଜୟ ପଟ୍ଟନାୟକ, ଅଶୋକ କୁମାର ବେହେରା ଓ ସମାଜସେବୀ ଅଶୋକ ପରିଡା ପ୍ରମୁଖ ଭୁବନେଶ୍ୱର ରେଲୱେ ଅତିଥି ଭବନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ରେଳ ବିହୀନ କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀକୁ ରେଳଲାଇନ ସଂଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବ ଦାବୀ ମୁତାବକ କୌଣସି ପରିବର୍ତ୍ତନ ନ କରି ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ କରିବାକୁ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହା ସହିତ ନାଲକୋ ସହାୟତାରେ ଲାଞ୍ଜିଗଡ ତାଳଚେର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ଏଵଂ ଆଡେଣିଗଡରୁ ଖଜୁରିପଡା ଦେଇ ଫୁଲବାଣୀ ସଦର ମହକୁମାକୁ ଆଉ ଏକ ରେଳ ଲାଇନ ସଂଯୋଗ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ କନ୍ଧମାଳ ଗସ୍ତରେ ଆସିବାକୁ ସୂଚନା ଦେବା ସହ ବର୍ତ୍ତମାନ ଡିପିଆର ପ୍ରସ୍ତୁତି କାମ ଚାଲୁଥିବାରୁ ଫୁଲବାଣୀ ସହରକୁ ରେଳ ସଂଯୋଗ ପାଇଁ ବ୍ୟବସ୍ଥା କରିବାକୁ ପ୍ରତିନିଧି ମଣ୍ଡଳୀକୁ ସକରାତ୍ମକ ଉତ୍ତର ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories