ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବୀ ତେଜିଲା
ଫୁଲବାଣୀ : ରାଜ୍ୟରେ ଗତ ୬ ବର୍ଷ ଧରି ପୂର୍ବତନ ସରକାର କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଥିଲେ। ରାଜ୍ୟ ଆଇନ ମନ୍ତ୍ରୀ ଆସନ୍ତା ବର୍ଷ ଠାରୁ ନିର୍ବାଚନ ହେବା ନେଇ ସୂଚନା ଦେବା ପରେ ରାଜ୍ୟ ବ୍ୟାପି କଲେଜ ଗୁଡିକରେ ଚଳିତ ବର୍ଷ ନିର୍ବାଚନ କରାଇବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ସେହିଭଳି ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ କନ୍ଧମାଳ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଚଳିତ ବର୍ଷ ନିର୍ବାଚନ କରାଇବାକୁ ନେଇ ବିକ୍ଷୋଭ ଓ ଦାବି ହୋଇଥିଲା। ଏବିଭିପି କନ୍ଧମାଳ ଜିଲ୍ଲାର ଜିଲ୍ଲା ସଂଯୋଜକ ଅମ୍ଳାନ ପଟ୍ଟନାୟକ, ଗଞ୍ଜାମ ବିଭାଗ ସହ ସଂଯୋଜକ ରୁଦ୍ର ପ୍ରସାଦ ସେଠୀ, ଗଞ୍ଜାମ ବିଭାଗ ଆର.କେ.ଏମ ସଂଯୋଜକ ତ୍ରିଲୋଚନ ଗଣ୍ଡା ଏହାର ନେତୃତ୍ୱ ନେଇଥିଲେ।
Comments are closed.