www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରକାଶ ପାଇଲା ନିଟ୍‌ ପିଜି ଫଳାଫଳ

ସମାଜ ଡିଜିଟାଲ ଡେସ୍କ: ନେସନାଲ ବୋର୍ଡ ଅଫ ଏକ୍‌ଜାମିନେସନ୍‌ସ ଇନ ମେଡିକାଲ ସାଇନ୍‌ସେସ୍‌ (ଏନବିଇଏମଏସ) ପକ୍ଷରୁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା(ନିଟ୍‌) ପିଜି (ସ୍ନାତକୋତ୍ତର) ଫଳାଫଳ ଶନିବାର ପ୍ରକାଶ ପାଇଛି। ବୋର୍ଡର ଓ୍ବେବସାଇଟ natboard.edu.in କୁ ଯାଇ ଛାତ୍ରଛାତ୍ରୀମାନେ ଫଳାଫଳ ଯାଞ୍ଚ କରିପାରିବେ। ଏମଡି/ଏମଏସ/ଡିଏନବି/ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ୧୧ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଇଥିଲା। ନାମଲେଖା ପାଇଁ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସର୍ବନିମ୍ନ କ୍ଵାଲିଫାଇଂ ମାର୍କ ଘୋଷଣା କରାଯାଇଛି। ସାଧାରଣ ବର୍ଗ(ଇଡବ୍ଲ୍ୟୁଏସ) ପାଇଁ ୫୦ ପର୍ସେଣ୍ଟାଇଲ ଧାର୍ଯ୍ୟ କରାଯାଇଥିବାବେଳେ ସାଧାରଣ ବର୍ଗ(ପିଡବ୍ଲ୍ୟୁବିଡି) ପାଇଁ ୪୫ ଏବଂ ଅନୁସୂଚିତ ଜାତି/ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଲାଗି ୪୦ ପର୍ସେଣ୍ଟାଇଲ ଧାର୍ଯ୍ୟ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories