www.samajalive.in
Monday, December 15, 2025
16.1 C
Bhubaneswar

ଘର ଆଗରେ ଲଗାନ୍ତୁ ଏହି ଦର୍ପଣ, ଲାଗିବନି କାହା ନଜର

ସମାଜ ଡିଜିଟାଲ ଡେସ୍କ: କାହାର ଖରାପ ନଜର ଥରେ ଆପଣଙ୍କ ଘରେ ପଡିଗଲେ ସୁଖ, ଶାନ୍ତି, ସମୃଦ୍ଧି ସବୁ ଦୂରେଇ ଯାଏ। ଅନେକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏଥିପାଇଁ ଲୋକମାନେ ନକରାତ୍ମ ଶକ୍ତିରୁ ନିଜ ଘରକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। କିନ୍ତୁ ଏହାର କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିନଥାଏ। ହେଲେ କଣ ଆପଣ ଜାଣନ୍ତି କି ଏମିତି ଏକ ଦର୍ପଣ ରହିଛି ଯାହାକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତିରୁ ରକ୍ଷା ପାଇପାରିବେ। ଏହାକୁ ବଗୁଆ ଦର୍ପଣ ବା ପାକୁଆ ଦର୍ପଣ ବୋଲି କୁହାଯାଏ।

ଏହି ଦର୍ପଣଟି ଏକ ପ୍ରକାର ବାସ୍ତୁ ସାମଗ୍ରୀ। ଏହାକୁ ଚାଇନାରେ ମୁଖ୍ୟତଃ ଫେଙ୍ଗ୍‍ ଶୁଇ ମାସ୍କଟ ଭାବରେ ବିବେଚନା କରାଯାଏ। ପିତ୍ତଳରୁ ନିର୍ମିତ ଏହି ଫେଙ୍ଗ ଶୁଇ ଦର୍ପଣ ଗୁଡିକ କ୍ଲାସିକ ସାଜସଜ୍ଜା ଖଣ୍ଡ ପରି ଦେଖାଯାଏ। ଏହାକୁ ଘରେ ଲଗାଇବା ଦ୍ୱାରା ଦୁର୍ଭାଗ୍ୟ, ଖରାପ ନଜର ଏବଂ ମନ୍ଦ ଉଦ୍ଦେଶ୍ୟ ରଖିଥିବା ଆତ୍ମାକୁ ଦୁରେଇ ରଖିବା ସହ ଶୁଭ ଫଳପ୍ରାପ୍ତି, ଧନ ଏବଂ ସକରାତ୍ମକ ଶକ୍ତିକୁ ଆମନ୍ତ୍ରଣ କରିଥାଏ। ଏହି ଦର୍ପଣ ଲଗାଇବା ଦ୍ୱାରା ଯଦି ଘରର ସଦସ୍ୟଙ୍କ ମନରେ କିଛି ବିଷ ଭରି ରହିଥାଏ, କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖିଥିବା ଆତ୍ମାକୁ ତଡିବା ସହିତ ଭିତର ଶାନ୍ତି ଏବଂ ଆଶୀର୍ବାଦ ଆଣିବାରେ ସାହାର୍ଯ୍ୟ କରେ। ଏହି ପାକୁଆ ଦର୍ପଣ ଦେଖିବାକୁ ପାଂଚ ଇଞ୍ଚ ବ୍ୟାସ ଏବଂ ଗୋଲାକାର ସଦୃଶ୍ୟ। ଏହାର ଚାରି ପାଖରେ ଏକ ପ୍ଲାଷ୍ଟିକ୍‍, ଧାତୁ କିମ୍ବା କାଠ ଫ୍ରେମ୍‍ ରହିଥାଏ। ଦର୍ପଣ ଫ୍ରେମର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ତଥାପି ଅଧିକାଂଶ ହାର୍ଟ ସଦୃଶ୍ୟ ଏବଂ ହଳଦିଆ-ସୁନା, ସବୁଜ ଏବଂ କଳା ରଙ୍ଗର ପାଇପାରିବେ। ଦର୍ପଣର ଫ୍ରେମ ଆଠ ପାଶ୍ୱର୍ ଅଷ୍ଟାଙ୍ଗ ଆକୃତିର। ତ୍ରିକୋଣୀୟ ଆକାରରୁ ହୋଇଥିବା ଏହି ଦର୍ପଣକୁ ଘରର ମୁଖ୍ୟ ଦ୍ୱାର ଉପରେ ଲଗାଇବାକୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।

- Advertisement -

ମୁଖ୍ୟ ପ୍ରବଶେ ପଥରରେ ଏହାକୁ ଲଗାଇବା ଦ୍ୱାରା ସୁରକ୍ଷା କବଚ ଭଳି କାମ କରିଥାଏ। ଏହାକୁ ଘରର କୌଣସି କୋଣରେ ରଖିବେ ନାହିଁ। ଏହା ସର୍ବଦା ମୁଖ୍ୟ ଦ୍ୱାରର ଉପରେ ରହିବ।

 

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories