www.samajalive.in
Saturday, December 6, 2025
26.1 C
Bhubaneswar

ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ଘୋଷଣା

ନୂଆଦି୍ଲ୍ଲୀ: ନୂତନ ଯୁଗର ପ୍ରଭାବଶାଳୀ ବ୍ୟକ୍ତି (ଇନଫ୍ଲୁଏନସର୍) ଏବଂ ବିଷୟବସ୍ତୁ ସୃଷ୍ଟିକାରୀଙ୍କୁ ଚିହ୍ନିବା ଏବଂ ଭାରତର ଡିଜିଟାଲ ଅର୍ଥନୀତିକୁ ପାଳନ କରିବା ପାଇଁ ସରକାର ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କରାଯିବା ପଦକ୍ଷେପକୁ ପ୍ରଶଂସା କରିବା ସହ ସହ ସୃଜନଶୀଳ କାର୍ୟ୍ୟରେ ନିୟୋଜିତ ଲୋକଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି କହିଛନ୍ତି। ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ସମ୍ପର୍କରେ ମାୟଗାଓଁ ଇଣ୍ଡିଆ ଦ୍ୱାରା ଏକ ପୋଷ୍ଟ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ କହିଛି, ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ହେଉଛି ଭାରତର ବିକାଶ ଏବଂ ପ୍ରତିଭାକୁ ଜାଗ୍ରତ କରିବାର ଏକ ପ୍ରୟାସ। ଏହା ମାଧ୍ୟମରେ ଡିଜିଟାଲ କ୍ଷେତ୍ରରେ ନୂତନତ୍ୱ ଆଣିହେବ। ମାୟଗାଓଁ ଇଣ୍ଡିଆ ଟ୍ୱିଟରରେ ଏକ ପୋଷ୍ଟ କରି କହିଛି ବର୍ତ୍ତମାନ୍ ଆମେ ଡିଜିଟାଲ ସୃଷ୍ଟିକର୍ତ୍ତାଙ୍କୁ ପୁରସ୍କୃତ କରୁଛୁ। ଆଜି ହିଁ ନିଜର ପ୍ରିୟ ସୃଷ୍ଟିକର୍ତ୍ତାଙ୍କୁ ମନୋନୀତ କର। ପୁରସ୍କାର ଗୁଡିକ ୨୦ରୁ ଅଧିକ ବର୍ଗରେ ଅତୁଳନୀୟ ସୃଜନଶୀଳତା ଏବଂ ନୂତନତ୍ୱକୁ ସ୍ୱୀକୃତି ଦେବ । ଡିସପ୍ୟୁଟର ଅଫ୍ ଦି ଇୟର’ ପୁରସ୍କାର ଜଣେ ସୃଷ୍ଟିକର୍ତ୍ତାଙ୍କୁ ପୁରସ୍କୃତ କରାଯିବ। ଯିଏ ନିଜ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ‘ସେଲିବ୍ରିଟି କ୍ରିଏଟର୍ସ ଅଫ୍ ଦି ଇୟର’ ପୁରସ୍କାର ଏକ ଉଚ୍ଚ-ପ୍ରୋଫାଇଲ୍ ସୃଷ୍ଟିକର୍ତ୍ତାଙ୍କୁ ପ୍ରଦାନ କରାଯିବ । ଯିଏ ସକରାତ୍ମକ ପରିବର୍ତ୍ତନକୁ ପ୍ରଭାବିତ କରିବା ପାଇଁ ନିଜର ଖ୍ୟାତି ଅର୍ଜନ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories