ମାତା ପାର୍ବତୀଙ୍କ ପିତାମାତା ସମ୍ବର୍ଦ୍ଧିତ

ସମ୍ବଲପୁର : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପୁର୍ଣ୍ଣ ଲୋକାଚାର ନିତିରେ ଅନୁଷ୍ଠିତ ହୋଇଥାଏ। ଏଥି ପାଇଁ ବିଭିନ୍ନ ପୂଜା କମିଟି ମାନେ ପ୍ରତି ବର୍ଷ ମାତା ପାର୍ବତୀଙ୍କ ମାତାପିତା ଚୟନ କରି ବିବାହର ଗୁରୁଦାୟିତ୍ୱ ପ୍ରଦାନ କରିଥାନ୍ତି । ଏହି କ୍ରମରେ ବିଗତ କିଛି ବର୍ଷ ହେବ କୁଲୁଥକାନୀ ସ୍ଥିତ ବାବା କଳ୍ପେଶ୍ୱର ଓ ମାତା ପାର୍ବତୀଙ୍କ ପିତା ମାତା ଦାୟିତ୍ୱ ତୁଲାଇ ଥିବା ପରିବାରବର୍ଗଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ମନ୍ଦିର ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ବିଗତ ବର୍ଷ ଗୁଡିକରେ ମାତା ପାର୍ବତୀଙ୍କ ପିତାମାତା ଦାୟିତ୍ୱ ତୁଲାଇଥିବା ଦୁର୍ଗା ଚରଣ ପାଢ଼ୀ ଓ ଦୀପ୍ତି ପାଢ଼ୀ, ସତ୍ୟାନନ୍ଦ ପ୍ରଧାନ ଓ ବାସନ୍ତି ପ୍ରଧାନ, ସୋଭୋନି ଭଟ୍ଟ ଓ ସୁମିତ୍ର ଭଟ୍ଟ, ବନୱାରୀ ଲାଲା ଚୌଧୁରୀ ଓ ଅନୀତା ଚୌଧୁରୀ, ହୃଦାନନ୍ଦ ସ୍ୱାଇଁ ଓ ଜ୍ୟେତ୍ସ୍ନା ରାଣୀ ସ୍ୱାଇଁ, ଭାଗିରଥି ମେହେର ଓ ସୁକୁମାରୀ ମେହେର, ଯଜେ୍ଞଶ୍ୱର ପାଣିଗ୍ରାହୀ ଓ ସିନ୍ଧୁସୁତା ପାଣିଗ୍ରାହୀ, ସୁରଜ ସାହୁ ଓ ସୁନୀତା ସାହୁ, ବିଶ୍ୱନାଥ ପ୍ରଧାନ ଓ ମଞ୍ଜରୀ ପ୍ରଧାନ, ଉପେନ୍ଦ୍ର ପାଢ଼ୀ ଓ ପଦ୍ମିନୀ ପାଢ଼ୀ, ହେମନ୍ତ ତ୍ରିପାଠୀ ଓ ପ୍ରଜ୍ଞାଶ୍ରୀ ତ୍ରିପାଠୀ, ଅଶୋକ ସାହୁ ଓ ଭାନୁମତୀ ସାହୁ, ଦିଲ୍ଲୀପ ବାଗ ଓ ଉର୍ମିଳା ବାଗ, ସୁରେଶ ସାହୁ, କାନ୍ତାନାଥ ପଣ୍ଡା ଓ ବିକ୍ରମାଦିତ୍ୟ ସିଂଦେଓ ପ୍ରମୁଖଙ୍କ ସମ୍ମାନୀତ କରାଯାଇଛି। ସମ୍ବର୍ଦ୍ଧନା ଉତ୍ସବରେ ଅଞ୍ଚଳର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ଶିକ୍ଷାବିତ ଉଦିତ ଚନ୍ଦ୍ର ପାଟ୍ଟଯୋଶୀ, ବିପିନ ଭୋଇ, ଅନୀଲ ତ୍ରିପାଠୀ, ପଠାଣି ସାମନ୍ତ ଦାସ, ରବି ପଣ୍ଡା, ହରିବନ୍ଧୁ ପଣ୍ଡା, ରୁଦ୍ରଦେବ ପ୍ରଧାନ, ବଳଭଦ୍ର ପଣ୍ଡା, କାର୍ତ୍ତିକ ମେହେର, ଅରୁପ କୁମାର ସିଂଦେଓ ପ୍ରମୁଖ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ଅରବିନ୍ଦ ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଲକ ବିହାରୀ ପତି ମାନପତ୍ର ପାଠ ଓ ବିରୁପାକ୍ଷ ପ୍ରଧାନ ସଭା ପରିଚାଳନା କରିଥିଲେ।

kalyan agarbati

Comments are closed.