ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

0

ବାରିପଦା : ରବିବାର ଶ୍ରୀପଞ୍ଚମୀ ଥିବାରୁ ବିଭିନ୍ନ ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଭୋଜିର ଆୟୋଜନ କରାଯାଇଥିଲା। ବାଲେଶ୍ୱରର ଏକ ପ୍ରାର୍ଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପୂଜାରେ ଆୟୋଜିତ ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଭୋଜି ଖାଇବା ପରେ ହଠାତ ଜଣକ ପରେ ଜଣେ ଏପରି ୩୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସଙ୍ଗେ ସଙ୍ଗେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡ଼ାକ୍ତର ଚିକିତ୍ସା ଜାରି ରଖିଛନ୍ତି।

Leave A Reply