ସମ୍ବଲପୁର:ସମ୍ବଲପୁର ସଦର ଥାନା ଘେନୁପାଳି ଗାଁରେ ଅଭାବନୀୟ ଘଟଣା ଘଟିଛି। ପୁଅର ଆକ୍ରମଣରେ ବାପାର ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ସହରାପଡା ଅଞ୍ଚଳର ଲିଙ୍ଗରାଜ କୁମରା ବୋଲି ଜଣାପଡିଛି। ସୂଚନା ମୂତାବକ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଆଦିତ୍ୟ ଲିଙ୍ଗରାଜଙ୍କୁ ଏକ ବାଡିରେ ପିଟି ପିଟି ହତ୍ୟା କରିଥିଲେ। ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ଜାଣି ଘେନୁପାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ କରୁଛି।
Popular Categories



