www.samajalive.in
Sunday, December 14, 2025
26.1 C
Bhubaneswar

ଫେଶନ ଶୋ’ରେ ନିଜ ପ୍ରତିଭା ପ୍ରଦର୍ଶନ କଲେ କଳାକାର, କିଡସ୍‌ ଉତ୍କଳ ହେଲେ ସାନ୍‌ଭି ଓ ପ୍ରେମ ପ୍ରସାଦ

ଭୁବନେଶ୍ୱର: ମଡ଼େଲମାନଙ୍କୁ ନେଇ ‘ଉତ୍କଳ କନିକା ଗ୍ୟାଲେରିଆ ମଲ’ର ଦ୍ୱିତୀୟ ସଂସ୍କରଣ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଫେଶନ ଶୋ ପ୍ରତିଯୋଗୀମାନେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଚଳିତ ଥର ଫେଶନ ଶୋ’ରେ ନୂଆ କରି ଟ୍ରାନ୍ସଜେଣ୍ଡରମାନଙ୍କୁ ସାମିଲ କରାଯାଇଥିଲା। ରାମ୍ପରେ ସେମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ସମସ୍ତଙ୍କୁ ମନକୁ ଛୁଇଁ ପାରିଥିଲା। ଏଥିରେ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ, ଅଭିନେତା ଦେବାଶିଷ ପାତ୍ର, ତପି ମିଶ୍ର, ଅଭିନେତ୍ରୀ ଜାଗୃତି ରଥ, ସମାଜସେବୀ ଲିଙ୍କନ ସୁବୁଦ୍ଧି, ମୀରା ପରିଡ଼ା, ମେଘନା ସାହୁ, ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ, ପୂର୍ବତନ ଫେଶନ ମଡ଼େଲ ସୁଦୀପ୍ତା ପରିଖ, ଆଓ ନେକ୍ସଟ୍‌ର ପ୍ରତିଷ୍ଠାତା ଓ ସିଇଓ କୌସିକ ଦାସ, ଡ଼. ଚିଦାତ୍ମିକା ଖଟୁଆ ପ୍ରମୁଖ ଯୋଗଦେଇଥିଲେ। ଚଳିତ ବର୍ଷ ପ୍ରତିଯୋଗୀତା ପାଇଁ ୩ଟି ବର୍ଗ ରଖାଯାଇଥିଲା। ମିଷ୍ଟର ଏବଂ ମିସ୍ ଜୁନିୟର, ମିଷ୍ଟର ଏବଂ ମିସ୍ ସିନିୟର ଏବଂ ଟ୍ରାନ୍ସଜେଣ୍ଡର। ଅଡ଼ିଶନରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ମୋଟ୍ ୬୨ ଜଣ ପ୍ରତିଯୋଗୀଙ୍କୁ ଏଥିରେ ମନୋନୀତ କରାଯାଇଥିଲା। ପୁରୁଷ ବର୍ଗରେ ୧୪, ମହିଳାରେ ୧୪ ଏବଂ ଟ୍ରାନ୍ସଜେଣ୍ଡର ବର୍ଗରେ ୧୪ ଓ ଜୁନିୟରରେ ୨୦ ଜଣ ଲେଖାଏଁ ମନୋନୀତ ହୋଇଥିଲେ।

 

- Advertisement -

ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଫେଶନ ଡ଼ିଜାଇନର ରାମୁଲି, କୋରିଓଗ୍ରାଫର ଜନ୍ ଅଜୟ, ଅଭିନେତ୍ରୀ ଶିତଲ ପାତ୍ର, ପ୍ରକୃତି ମିଶ୍ର, ସ୍ମୃତିଶ୍ବେତା ଦାସ, ପୂର୍ଣ୍ଣିମ ପାଠକ, ଉପସ୍ଥାପିକା ତଥା ମିସ୍ ୟୁନିଭର୍ସ-୨୦୧୯ର ମୁନମୁନ, ଅଖିଲ ରଞ୍ଜନ (ଅଖିଲ୍ ଫଟୋଗ୍ରାଫି) ପ୍ରମୁଖ ଉପସ୍ଥିତ ଥିଲେ। ମାନସ କୁମାର ଭଞ୍ଜଦେଓ ମିଷ୍ଟର ଉତ୍କଳ ଓ ଭକ୍ତି ପଟ୍ଟନାୟକ ମିସ୍ ଉତ୍କଳ ଟାଇଟେଲ ବିଜେତା ହୋଇଥିବା ବେଳେ ଅଭିଷେକ୍ ମହାପାତ୍ର ଓ ପ୍ରିୟା ମହାପାତ୍ରଙ୍କୁ ରନର୍ସଅପ ଘୋଷଣା କରାଯାଇଥିଲା। ସେହିପରି ଶିଶୁ ଶ୍ରେଣୀରେ ସାନଭି ସନୟା ଓ ପ୍ରେମ୍ ପ୍ରସାଦ ବିଜୟୀ ହୋଇଥିବା ବେଳେ ରୋସନି ନାୟକ ଓ ଯଶରାଜ ରନର୍ସ ଅପ ଟାଇଟେଲ ହାସଲ କରିଥିଲେ। ବିଜେତାମାନଙ୍କୁ ମଲର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ, ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ, ଅମିତ୍ ବୈଦ, ଚେୟାରମ୍ୟାନ ସୁବାଷ ଭୁରା ପ୍ରମୁଖ ପୁରସ୍କୃତ କରିଥିଲେ। ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୱନ କୁମାର ଓ ସୁଦୀପ୍ତ ବାସ୍ତବ ଇଭେଣ୍ଟ ପାର୍ଟନର ଭାବେ ସହଯୋଗ କରିଥିଲେ। ବିଜେତା ଏବଂ ଉପବିଜେତାଙ୍କୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବିଜେତାମାନଙ୍କୁ ଆଗାମୀ ଦିନରେ ଜାତୀୟ ସ୍ତରରେ ସୁଯୋଗ ଦିଆଯିବା ସହ ମଲର ବିଭିନ୍ନ କଣ୍ଟ୍ରାକ୍ଟରେ ରଖାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories