www.samajalive.in
Sunday, December 14, 2025
17.1 C
Bhubaneswar

ସ୍ୱାମୀ ମୃତ୍ୟୁର ଦୁଇ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା: ୪ ଶିଶୁଙ୍କୁ ନେଇ ଦୁଃଖରେ ବିତୁଛି ସୀତାମେ ମାଝୀଙ୍କ ଦିନ

ଲାଞ୍ଜିଗଡ: ସ୍ବାମୀ ଆରପାରିକୁ ଯିବାର ୨ ବର୍ଷ ବିତିଗଲାଣି କିନ୍ତୁ ବିଧବା ଭତ୍ତା କିମ୍ବା ହରିଷଚନ୍ଦ୍ର ଯୋଜନାରେ ଅର୍ଥର ସହଯୋଗ ମିଳିପାରିଲାନି । ଆଖିର ଲୁହ, ପେଟର ଭୋକ, ହୃଦୟର ଅସହ୍ୟ ବେଦନା ଓ ଦାରିଦ୍ର୍ୟର କଷାଘାତରେ ୪ ଶିଶୁଙ୍କୁ ନେଇ ଚାଲିଛି ଜୀବନ ଯାତ୍ରା । ଆମେ କହୁଛୁ ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତର ସୁନାଖଡିକା ଗାଁର ସ୍ବର୍ଗତ ଡ୍ରିକା ମାଝୀଙ୍କ ବିଧବା ପତ୍ନୀ ସୀତାମେ ମାଝୀଙ୍କ କଥା । ୫୦ ବର୍ଷ ବୟସରେ ସ୍ବାମୀଙ୍କୁ ହରାଇ ପୁରା ଭାଙ୍ଗି ପଡିଥିଲେ ସୀତାମେ । ଏପଟେ ୪ଟି ଶିଶୁଙ୍କ କରୁଣ ମୁହଁ । ସେମାନଙ୍କ ମୁହଁରେ ଆହାର ଦେବାକୁ ଘରେ କିଛି ନାହିଁ । ଦିନ ମଜୁରିଆ ସ୍ବାମୀଙ୍କ ସଞ୍ଚିତ କିମ୍ବା ସ୍ଥାବର ଆସ୍ଥାବର ସମ୍ପତ୍ତି କିଛି ନଥିଲା । ଆହା ସାହା ହେବାକୁ ମଧ୍ୟ କେହି ନାହିଁ । ମାଟି, ଝାଟି ଘରେ ୪ ଶିଶୁଙ୍କୁ ନେଇ ପଡି ରହିଲେ ଅସହାୟ ସୀତାମେ । ପର ପାଖରେ ଯାଇ କାମଦାମ କରି ଯାହା ପାଆନ୍ତି ସେଥିରେ କଷ୍ଟେ ମଷ୍ଟେ ଚଳିଯାଆନ୍ତି । ସମୟ ସମୟରେ ଭୋକରେ ମଧ୍ୟ ରହିବାକୁ ହୁଏ । ତାଙ୍କୁ ବିଧବା ଭତ୍ତା ପାଇଁ ସୀତାମେ ନିଜ ୪ ସନ୍ତାନକୁ ଛାଡି ପଞ୍ଚାୟତକୁ ଏକ ବର୍ଷ ହେଲା ଦୌଡ଼ୁଛନ୍ତି। ଗରିବ ବିଧବା ମହିଳାଙ୍କୁ ତୁମ ଭତ୍ତା ଏହି ମାସରେ ହୋଇଯିବ, ଆରମାସରେ ହୋଇଯିବ ବୋଲି କହି ପଞ୍ଚାୟତ ପିଇଓ ବାରମ୍ବାର କାଗଜପତ୍ର ନେଇ ରଖୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ। ଦୁର୍ଗମ ଅଞ୍ଚଳ ନିଜ ସୁନାଖଡିକା ଗାଁଠାରୁ ବ୍ଳକ ମହକୁମା ୫୦ କିମି ଦୂରରେ ରହିଥିବା ବେଳେ ନିଜ ୪ ସନ୍ତାନକୁ ଛାଡି ବ୍ଲକ କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇ ପାରୁନାହାନ୍ତି ସୀତାମେ। ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ ବିତୁଛି ଏହି ଅସହାୟ ମହିଳାଙ୍କ ଦିନ । ସୀତାମେଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସୁନାଖଡିକା ଗ୍ରାମ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories