କୃଷକଙ୍କ ସହ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ – ଅନୁରାଗ ସିଂହ ଠାକୁର
ଡେସ୍କ: କୃଷକଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ସରକାର ଆଜି ଦୋହରାଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମାନେ କୃଷକମାନଙ୍କ ସହ ଚାରି ପର୍ଯ୍ୟାୟ ସକାରାତ୍ମକ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସରକାର ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୫ ଟଙ୍କାରୁ ୩୪୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ପୂର୍ବ ବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ। ଶ୍ରୀ ଠାକୁର କହିଛନ୍ତି ଯେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରୁଛନ୍ତି। ସେ କହିଛନ୍ତି ଯେ ସରକାର ଏ ଦିଗରେ ଏମଏସ ସ୍ୱାମୀନାଥନ ରିପୋର୍ଟକୁ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି।
ବରଫ ଝଡ଼ ଯୋଗୁଁ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ସେନା
Comments are closed.