www.samajalive.in
Friday, December 12, 2025
15.1 C
Bhubaneswar

ଉନ୍ନତ ବଳଦ ଟଣା କୃଷି ଯନ୍ତ୍ରପାତିର ବ୍ୟବହାର ଶୀର୍ଷକ କୃଷକ ମେଳା

ମୋହନା : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପ ଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଖାରିଢିପ ଗ୍ରାମରେ ଉନ୍ନତ ବଳଦଟଣା କୃଷି ଯନ୍ତ୍ରପାତିର ବ୍ୟବହାର ଶୀର୍ଷକ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ଓଡିଶାରେ ଶତକଡା ୯୦ ଭାଗ ଚାଷୀ କ୍ଷୁଦ୍ର ଓ ନାମ ମାତ୍ର ହୋଇଥିବାରୁ ଓ ସେମାନଙ୍କର ଜମି ଦିନକୁ ଦିନ ଛୋଟ ହେଉଥିବା ଯୋଗୁଁ ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ବିଶେଷଭାବେ ଗୁରୁତ୍ୱ ବହନ କରୁଅଛି। ଏହି ପରିପେକ୍ଷୀରେ ଉକ୍ତ ପ୍ରକଳ୍ପ ପକ୍ଷରୁ ବିକଶିତ ଓ ଲୋକପ୍ରିୟ କରାଯାଇଥିବା ଉନ୍ନତ ଧରଣର ବଳଦଟଣା କୃଷି ଯନ୍ତ୍ରପାତି ଗୁଡିକୁ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଂଚଳରୁ ପ୍ରାୟ ୪୦୦ ଚାଷୀ ଯୋଗ ଦେଇ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ପଚାରିବୁଝିଥିଲେ।
ଏହି କୃଷକ ମେଳାରେ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ଅଧିନସ୍ଥ କ୍ଷେତ୍ର ଯନ୍ତ୍ରପାତି ଓ ଶକ୍ତି ବିଭାଗ ମୁଖ୍ୟ ପ୍ରଫେସର ଦେବରାଜ ବେହେରା ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର, କମ୍‍ ଖର୍ଚ୍ଚ ଓ କମ୍‍ ପରିଶ୍ରମରେ କିଭଳି ଚାଷ କାର୍ଯ୍ୟ ହୋଇପାରିବ ସେ ସମ୍ପର୍କରେ କହିଥିଲେ। ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ବିକଶିତ ଜୁଆଳି, ଲଙ୍ଗଳ, କାଦୁଅ କରିବା ଯନ୍ତ୍ର, ମଞ୍ଜି ଓ ସାର ବୁଣାଯନ୍ତ୍ର, ଗଜାଧାନ ବୁଣା ଯନ୍ତ୍ର ଓ ମାଣ୍ଡିଆ ଅମଳ ଯନ୍ତ୍ର ବ୍ୟବହାର ଓ ତାହାର ଉପାଦେୟତା ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକାଳର କର୍ମକର୍ତ୍ତା, ମୋହନା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଅଧିକ୍ଷଣ ଯନ୍ତ୍ରୀ, ପ୍ରମ୍ମୁଖ ଉପସ୍ଥିତ ଚାଷୀଭାଇମାନଙ୍କୁ ଉନ୍ନତ ବଳଦଟଣା କୃଷି ଯନ୍ତ୍ରପାତିର ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ତରଫରୁ ବିକଶିତ ମାଣ୍ଡିଆ ଅମଳଯନ୍ତ୍ର କ୍ଷେତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇ ଏହା ଦ୍ୱାରା ଏକ ଘଣ୍ଟାରେ ପ୍ରାୟ ୯୦ କେଜି ମାଣ୍ଡିଆ କିଭଳି ଅମଳ ଓ ସଫା ହୋଇପାରିବ ସେ ସମ୍ପର୍କରେ ଏହି ଯନ୍ତ୍ରର ଉଦଭାବକ ଶ୍ରୀ ସ୍ୱାଇଁ ଚାଷୀମାନଙ୍କୁ ବୁଝାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories