www.samajalive.in
Friday, December 12, 2025
15.1 C
Bhubaneswar

 ରବିବାରଠାରୁ ଦିଲ୍ଲୀରେ ଓଡ଼ିଶା-ସର୍ଭିସେସ୍ ରଣଜୀ ମୁକାବିଲା 

କଟକ : ନୂଆଦିଲ୍ଲୀର ପାଲମସ୍ଥିତ ବାୟୁସେନା ଗ୍ରାଉଣ୍ଡରେ ଓଡ଼ିଶା ରବିବାରଠାରୁ  ସର୍ଭିସେସ୍ ବିପକ୍ଷରେ ଚଳିତ ରଣଜୀ ଟ୍ରଫି ସିଜିନ୍‌ ର  ୮ମ ଲିଗ୍ ମ୍ୟାଚ୍ ଖେଳିବ। ଘରୋଇ ଜମ୍ମୁକାଶ୍ମୀରକୁ ଗତ ମ୍ୟାଚ୍‌ରେ ପରାସ୍ତ କରିବା ପରେ ଓଡ଼ିଶା ଖେଳାଳି ଏବେ ପୂରା ଉତ୍ସାହରେ। ଏହି ବିଜୟ ସହ କ୍ରମାଗତ ୨ୟ ପରାଜୟ ପରେ ଓଡ଼ିଶା ଦଳ ବିଜୟଧାରାକୁ ଫେରିଛି। ଏଲିଟ୍ ଗ୍ରୁପ୍ ‘ସି’ରେ ୭ଟି ମ୍ୟାଚ୍‌ ପରେ ୩ଟି ଲେଖାଏଁ ବିଜୟ ଓ ପରାଜୟ ଏବଂ ଗୋଟିଏ ଡ୍ର ସହ ୧୯ ପଏଣ୍ଟ ପାଇ ଓଡ଼ିଶା ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ସର୍ଭିସେସ୍ ୨ଟି ଲେଖାଏଁ ବିଜୟ ଓ ପରାଜୟ ଏବଂ ୩ଟି ଡ୍ର ସହ ୧୬ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ରହିଛି। ତେଣୁ ଏହି ମ୍ୟାଚ୍ ଜିତି ଟେବୁଲର ଉପରକୁ ଯିବାକୁ ଉଭୟ ଦଳ ପ୍ରୟାସ କରିବେ।
ଅଦ୍ୟାବଧି ଓଡ଼ିଶା ଦଳର ପ୍ରଦର୍ଶନ ମିଶ୍ରିତ ରହିଛି ବୋଲି ସ୍ବୀକାର କରିବାକୁ ପଡ଼ିବ। ହରିୟାଣା ସହ ଡ୍ର’ରୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଉତ୍ତର ପ୍ରଦେଶଠାରୁ ପରାସ୍ତହେବା ପରେ ଦୁଇ ପୂର୍ବାଞ୍ଚଳ ଦଳ ଆସାମ ଓ ତ୍ରିପୁରାକୁ ପରାସ୍ତ କରିଥିଲା। ୩ୟ ପୂର୍ବାଞ୍ଚଳ ଦଳ ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ଝୁଣ୍ଟିଥିଲା। ମାତ୍ର ୨ ରନ୍‌ରେ ଏହି ମ୍ୟାଚ୍ ହାରିବା ପରେ ଟେବୁଲ ଟପର୍ ରାଜସ୍ଥାନ ସହ ଓଡ଼ିଶା ପୂରା ଲଢ଼ିଥିଲା। ହେଲେ ୩୫ ରନ୍‌ରେ ଏହି ମ୍ୟାଚ୍ ହାରିବା ପରେ ଜମ୍ମୁକାଶ୍ମୀରକୁ ତା’ରି ମାଟିରେ ପରାସ୍ତକରି ଦିଲ୍ଲୀରେ ୮ମ ମ୍ୟାଚ୍ ଖେଳିବା ପାଇଁ ଓଡ଼ିଶା ପହଞ୍ଚିଛି। ସର୍ଭିସେସ୍ କଦାପି ରଣଜୀ ଟ୍ରଫି​‌େ​‌ର ଏକ ଶକ୍ତିଶାଳୀ ଦଳର ମାନ୍ୟତା ହାସଲ କରି ପାରିନାହିଁ। ତଥାପି ଚଳିତ ସିଜିନ୍‌ରେ କିଛି ଚମତ୍କାର ବ୍ୟକ୍ତିଗତ ପ୍ରଦର୍ଶନ ଦ୍ବାରା ସର୍ଭିସେସ୍ ଏହି ୧୬ ପଏଣ୍ଟ ହାସଲ କରିପାରିଛି। ଆସାମ ଓ ଜମ୍ମୁକାଶ୍ମୀର ବିପକ୍ଷରେ ସର୍ଭିସେସ୍ ବିଜୟୀ ହୋଇଥିବା ବେଳେ ରାଜସ୍ଥାନ ଓ ଝାଡ଼ଖଣ୍ଡଠାରୁ ପରାସ୍ତ ହୋଇଛି। ଓଡ଼ିଶା ପରି ପେସ୍ ବୋଲିଂରେ ସର୍ଭିସେସ୍ ବେଶ୍ ଶକ୍ତିଶାଳୀ। ପେସ୍ ବୋଲର ଦିୱେଶ ପଠାନିଆ ସର୍ବାଧିକ ୩୭ଟି ୱିକେଟ ନେଇଥିବା ବେଳେ ସଚିଦାନନ୍ଦ ପାଣ୍ଡେ ୨୬ଟି ୱିକେଟ ନେଇଛନ୍ତି। ବାମହାତି ସ୍ପିନର ଅରୁଣ ବାମାଲ ମଧ୍ୟ ଭଲ ବୋଲିଂକରି ଦଳକୁ ୱିକେଟ ଦେଇଛନ୍ତି। ଓଡ଼ିଶା ଅପେକ୍ଷା ସର୍ଭିସେସ୍‌ର ବ୍ୟାଟ୍‌ସମ୍ୟାନ୍ ଉନ୍ନତ ପ୍ରଦର୍ଶନ କରିଛନ୍ତି। ରଜତ ପାଲିୱାଲ ଗୋଟିଏ ଶତକ ସହ ସର୍ବାଧିକ ୫୬୩, ରାହୁଲ ସିଂହ ୨ଟି ଶତକ ସହ ୪୫୬, ନବନୀତ ସିଂହ ୪ଟି ଅର୍ଦ୍ଧଶତକ ସହ ୪୩୨ ଓ ରବି ଚୌହାନ ଗୋଟିଏ ଶତକ ସହ ୩୮୨ ରନ୍ କରିଛନ୍ତି। ପାଲିୱାଲ ଗତ କିଛିବର୍ଷ ହେଲା ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୫୦ରୁ ଅଧିକ ଆଭ୍‌ରେଜରେ ରନ୍ କରିଛନ୍ତି। ଓଡ଼ିଶା ପାଇଁ ଅଦ୍ୟାବଧି ୩ ଜଣ ବ୍ୟାଟ୍‌ସମ୍ୟାନ୍ ୫୦ରୁ ଅଧିକ ଆଭ୍‌ରେଜରେ ରନ୍ କରିଛନ୍ତି। ଶୁଭ୍ରାଂଶୁ ସେନାପତି ନିୟମିତ ଭାବେ ଭଲ ପ୍ରଦର୍ଶନ କରି ସର୍ବାଧିକ ୫୮୯ ରନ୍ ସ୍କୋର୍ କରିଛନ୍ତି। ଅନୁରାଗ ଷଡ଼ଙ୍ଗୀ ୪୧୯, ଅଧିନାୟକ ବିପ୍ଳବ ସାମନ୍ତରାୟ ୩୪୦ ଓ ଶାନ୍ତନୁ ମିଶ୍ର ୨୪୪ ରନ୍ କରିଛନ୍ତି। ତେବେ ଦଳକୁ ଉତ୍ସାହିତ କରିଛନ୍ତି ସିଜିନ୍ ମଝିରେ ଦଳରେ ସାମିଲ ହୋଇଥିବା ଅଭିଷେକ ରାଉତ ଓ ଦେବାଶିଷ ସାମନ୍ତରାୟଙ୍କ ବ୍ୟାଟିଂ। ଉଭୟେ ଅଦ୍ୟାବଧି ୫୦ରୁ ଅଧିକ ଆଭ୍‌ରେଜରେ ସ୍କୋର କରିଛନ୍ତି। ଗତ ମ୍ୟାଚ୍‌ରେ ଅଭିଷେକ ଶତକ ମାରିଥିବା ବେଳେ ଦେବାଶିଷ ଅର୍ଦ୍ଧଶତକ ମାରିଥିଲେ। ବୋଲିଂ​‌େ​‌ର ବସନ୍ତ ମହାନ୍ତି ଚମ୍ପିଆନ୍‌ଙ୍କ ପରି ବୋଲିଂକରି ସର୍ବାଧିକ ୩୮ଟି ୱିକେଟ ନେଇଥିବା ବେଳେ ରାଜେଶ ମହାନ୍ତି ୩୧ଟି ୱିକେଟ ନେଇଛନ୍ତି। ଆହତ ଥିବା ଯୋଗୁଁ ଗତ ମ୍ୟାଚ୍ ଖେଳିନଥିବା ରାଜେଶ ଏହି ମ୍ୟାଚ୍‌ ଖେଳିପାରନ୍ତି। ଫଳରେ ଜଣେ ବ୍ୟାଟ୍‌ସମ୍ୟାନ୍ କିମ୍ବା ବାମହାତି ସ୍ପିନର ଧୀରଜ ସିଂହଙ୍କୁ ସ୍ଥାନ ଛାଡ଼ିବାକୁ ପଡ଼ିବ। ଦିଲ୍ଲୀରେ ଏବେ ପ୍ରବଳ ଥଣ୍ଡା ହେଉଥିବାରୁ ପେସ୍ ବୋଲରଙ୍କୁ ଫାଇଦା ମିଳିବ। ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇପାରନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories