www.samajalive.in
Thursday, December 11, 2025
15.1 C
Bhubaneswar

ଛତିଶଗଡ଼ର ନିରକ୍ଷର ମନ୍ତ୍ରୀ କୱାସୀ ଲଖମା

ରାୟପୁର : ଛତିଶଗଡର ଭୂପେଶ ବଘେଲଙ୍କ ନେତୃତ୍ବ କଂଗ୍ରେସ ସରକାରରେ ସାମିଲ ୧୨ ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ନିରକ୍ଷର ଥିବା ଜଣାଯାଇଛି। ଏହି ନିରକ୍ଷର ମନ୍ତ୍ରୀଜଣଙ୍କ ହେଉଛନ୍ତି କୱାସୀ ଲଖମା। ରାଜ୍ୟ ସରକାରରେ ତାଙ୍କୁ କ୍ୟାବିନେଟ ପାହ୍ୟା ସହିତ ବାଣିଜ୍ୟ କର (ଅବକାରୀ), ବାଣିଜ୍ୟ ଓ ଶିଳ୍ପ ବିଭାଗ ଦିଆଯାଇଛି। କୱାସୀ ଲେଖି ପାରନ୍ତି ନାହିଁ କି ପଢିପାରନ୍ତି ନାହିଁ। ତେବେ ସେ ଲୋକଙ୍କୁ ପ୍ରଭାବିତ କରିପାରିବା ଭଳି ଭଲ ଭାଷଣ ଦେଇପାରନ୍ତି। ମଙ୍ଗଳବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମୟରେ ସେ ଶପଥ ପାଠ ପାଇଁ ଉଦ୍ଦିଷ୍ଟ ଲେଖାକୁ ପଢିପାରି ନ ଥିଲେ। ରାଜ୍ୟପାଳ ଆନନ୍ଦିବେନ ପଟେଲ ଶପଥ ପାଠ ଲେଖାକୁ ପଢିବା ପରେ ଏହାକୁ ସେ ଦୋହରାଇଥିଲେ। ଜଣେ ଆଦିବାସୀ ନେତା ଭାବେ ପରିଚିତ କୱାସୀ ବସ୍ତର ଅଞ୍ଚଳର କୋଣ୍ଟା ଆସନରୁ ବିଜୟୀ ହୋଇଛନ୍ତି। ୨୦୦୩, ୨୦୦୮ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଏଠାରୁ ବିଜୟୀ ହୋଇଥିଲେ। ତାଙ୍କ ନେତୃତ୍ବ ଯୋଗୁଁ ଗତ ନିର୍ବାଚନରେ ବସ୍ତର ଅଞ୍ଚଳର ୧୨ଟି ବିଧାନସଭା ଆସନରୁ କଂଗ୍ରେସ ୧୧ଟିରେ ବିଜୟୀ ହୋଇଛି। ୨୦୧୩ରେ ଦରଭାରେ କଂଗ୍ରେସ ନେତାଙ୍କ ଉପରେ ନକ୍ସଲ ଆକ୍ରମଣ ସମୟରେ କୱାସୀ ଉପସ୍ଥିତ ଥିଲେ; ମାତ୍ର ସୌଭାଗ୍ୟବଶତଃ ସେ ଏଥିରୁ ବର୍ତ୍ତି ଯାଇଥିଲେ। ଏପରି କି କୱାସୀ ଯେଉଁ କାର୍‌ରେ ଉପସ୍ଥିତ ଥିଲେ ସେହି କାର୍‌ରୁ ଦୁଇଜଣ କଂଗ୍ରେସ ନେତାଙ୍କୁ ଟାଣି ଆଣି ନକ୍ସଲମାନେ ହତ୍ୟା କରିଥିବାବେଳେ ତାଙ୍କୁ ଛାଡି ଦେଇଥିଲେ। ଏହାକୁ ନେଇ କୱାସୀଙ୍କ ଉପରେ ସନ୍ଦେହ ପ୍ରକାଶ ପାଇଥିଲା। ଏହି ଘଟଣାରେ ମୋଟ ୩୦ଜଣ ପ୍ରାଣ ହରାଇଥିଲେ। ମନ୍ତ୍ରୀ ହେବା ପରେ ସରକାରୀ ଫାଇଲକୁ କିପରି ଅନୁମୋଦନ କରିବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କୱାସୀ କହିଥିଲେ ଯେ ସେ ନିଜ ବୁଦ୍ଧି ବଳରେ ଫାଇଲକୁ ଅନୁମୋଦନ କରିବେ। କୱାସୀ କହିଛନ୍ତି ଯେ ଗରିବ କାରଣରୁ ବାପ, ମା ତାଙ୍କୁ ସ୍କୁଲ ପଠାଇପାରି ନଥିଲେ। ବିଧାୟକ ଥିବା ସମୟରେ ସେ ଲୋକଙ୍କ ପାଇଁ ସଚ୍ଚୋଟତାର ସହ କାମ କରିଥିବା କହିଛନ୍ତି। ସେଥିପାଇଁ ତାଙ୍କ ଉପରେ ଲୋକଙ୍କ ଆଶୀର୍ବାଦ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories