www.samajalive.in
Monday, December 15, 2025
14.1 C
Bhubaneswar

ତାଲାବନ୍ଦରେ ଚାଷୀ ପ୍ରଭାବିତ : ଜରୁରୀକାଳୀନ କୋଭିଡ ପରୀକ୍ଷା ଓ ଚିକିତ୍ସା ପାଇଁ ଦାବି

ଆଗଲପୁର : ସରକାର ତାଲା ବନ୍ଦ କରିଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଆଗଲପୁର ବ୍ଲକର ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ କହିବା ଅନୁସାରେ, ସେମାନେ ପରିଶ୍ରମ କରି ଅମଳ କରିଥିବା ପରିବା ଏବେ ବିକ୍ରି କରି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଖାପଖରେ ଥିବା ବଜାରଗୁଡିକ ତାଲା ବନ୍ଦ ଯୋଗୁଁ ବନ୍ଦ ରହୁଥିବାରୁ ଚାଷୀମାନେ ବିଭିନ୍ନ ଗାଁକୁ ଯାଇ ପରିବା ବିକିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ କରୋନା ସଂକ୍ରମଣ ଭୟରେ ପରିବା ବିକ୍ରି କରିବାକୁ ଆସୁଥିବା ଲୋକଙ୍କୁ କେତେକ ଗ୍ରାମରେ ବାରଣ କରୁଥିବାରୁ ପରିବା ବିକ୍ରି ନକରି ନିରାଶ ହୋଇ ଘରକୁ ଫେରି ଯାଉଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଚାଷୀଙ୍କ ପରିବା ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଗଲେ ଚାଷୀମାନେ ଉପକୃତ ହେବା ସହିତ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ପ୍ରକାଶ କରିଛନ୍ତି।
ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମେ କୋଭିଡ ପରୀକ୍ଷା କରି ରୋଗୀଙ୍କୁ ଚିକିତ୍ସା କରାଯାଉଛି। କିନ୍ତୁ ସ୍ୱସ୍ଥ୍ୟକେନ୍ଦ୍ର ଗୁଡିକରେ ନିର୍ଦ୍ଧାରିତ ସମୟ ଅନୁସାରେ କୋଭିଡ ପରୀକ୍ଷା କରୁଥିବା ବେଳେ ଅନ୍ୟ ସମୟରେ ଆସୁଥିବା ରୋଗୀମାନଙ୍କୁ ଆଗାମୀ ଦିନରେ ଆସି କୋଭିଡ ପରୀକ୍ଷା କରାଇ ନେବା ପାଇଁ ପରାମର୍ଶ ଦିଆଯାଉଛି। ଯାହାର ଫଳରେ ରୋଗୀମାନେ ଉପଯୁକ୍ତ ସେବା ପାଇ ପାରୁ ନାହାନ୍ତି। କେତେକ ରୋଗୀ ମୃତ୍ୟୁମୁଖରେ ପଡୁଥିବାର ଅଭିଯୋଗ ହେଉଛି। ଏଣୁ ଜରୁରୀକାଳୀନ ସେବା ଭାବେ କୋଭିଡ ପରୀକ୍ଷା ସୁବିଧା​ ଯୋଗାଇଦେବା ପାଇଁ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories