www.samajalive.in
Sunday, December 14, 2025
19.1 C
Bhubaneswar

ଆଇପିଏଲ୍‌ର ବାକି ମ୍ୟାଚ୍‌ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡରେ?

ନୂଆଦିଲ୍ଲୀ : ଦୁଇ ଦିନରେ ‌ ଆଇପିଏଲ୍‌ ସହ ଜଡ଼ିତ ୧୨ ଜଣ ମହାମାରୀ କରୋନା ସଂକ୍ରମିତ ହେବା ପରେ ଆଇପିଏଲ୍‌କୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଯଦି ଚଳିତବର୍ଷର ଆଇପିଏଲ୍‌ ସମ୍ପୂର୍ଣ୍ଣ ନହୁଏ ; ତେବେ ବିସିସିଆଇ ୨୨୦୦ କୋଟି ଟଙ୍କା ହରାଇବ। ତେଣୁ ଆଇପିଏଲ୍‌-୧୪ରେ ବାକିଥିବା ୩୧ଟି ମ୍ୟାଚ୍ ସମ୍ପନ୍ନ କରିବାକୁ ବିସିିସିଆଇ ଉଦ୍ୟମ ଆରମ୍ଭ କରିଦେଇଛି। ବିସିିସିଆଇର ହୃଦ୍‌ବୋଧ ହୋଇଛି ଯେ ଚଳିତବର୍ଷ ଭାରତରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ବହୁତ କଷ୍ଟକର। ଭାରତ ଏବେ ବିଶ୍ବରେ ସବୁଠାରୁ ସଂକ୍ରମିତ ଦେଶ ହୋଇଥିବା ବେଳେ ସଂକ୍ରମଣ କେବେ କମିବ; ତାହା କେହି କହିପାରିବେ ନାହିଁ। ପୁଣି କରୋନାର ୩ୟ ଲହର ଆସିପାରେ ବୋଲି ବୈଜ୍ଞାନିକ ଆଶଙ୍କା କରିଛନ୍ତି। ତେଣୁ ବିଦେଶରେ ଆଇପିଏଲ୍‌ର ବାକି ୩୧ଟି ସାରିବା କଥା ବିସିସିଆଇ ବିଚାର କରୁଛି। ଏଥିପାଇଁ ୟୁଏଇ ସହ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଦୁଇ ବିକଳ୍ପ ଭାବେ ବିଚାର କରାଯାଉଛି।
ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ଓ ଆଇସିସି ବିଚାର କରୁଛନ୍ତି। ତେଣୁ ସ୍ବାଭାବିକ ଭାବେ ଏହି ଆଇପିଏଲ୍‌ ପୂର୍ବରୁ ୟୁଏଇରେ ଆଇପିଏଲ୍‌କୁ ସମ୍ପୂର୍ଣ୍ଣ କରିବାକୁ ବିସିସିଆଇ ଯୋଜନା କରିଛି। ଏଠାରେ ଆଇପିଏଲ୍‌ ଖେଳି ବିଦେଶୀ ଖେଳାଳି ୟୁଏଇର ପିଚ୍ ଓ ବାତାବରଣ ସହ ନିଜକୁ ଖାପ୍ ଖୁଆଇ ପାରିବେ। ହେଲେ ଗୋଟିଏ ସମସ୍ୟା ଯେ ସେପ୍ଟେମ୍ବରରେ ୟୁଏଇରେ ବହୁତ ଗରମ ହୋଇଥାଏ। ତଥାପି ଆଇପିଏଲ୍‌ ଆୟୋଜନ ଦୌଡ଼ରେ ୟୁଏଇ ଆଗରେ ରହିଛି। ଏଣେ ଇଂଲଣ୍ଡରେ ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ ମଧ୍ୟ ବିଚାର କରୁଛି। ପୁଣି ଇଂଲଣ୍ଡର କିଛି କାଉଣ୍ଟି ସେମାନଙ୍କ ଗ୍ରାଉଣ୍ଡରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଅଗଷ୍ଟ ୪ରୁ ସେପ୍ଟେମ୍ବର ୧୪ ମଧ୍ୟରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ ସମ୍ପନ୍ନ ପରେ ଆଇପିଏଲ୍‌ ଆରମ୍ଭ ହୋଇପାରିବ ବୋଲି ଏହି କାଉଣ୍ଟିମାନେ ପ୍ରସ୍ତାବ ଦେଇଛନ୍ତି। ପୁଣି ଇଂଲଣ୍ଡର ବିଭିନ୍ନ ଗ୍ରାଉଣ୍ଡକୁ ସଡ଼କ ପଥରେ ଯାଇହେବ; ବିମାନର ଆବଶ୍ୟକତା ନାହିଁ। ଯଦି ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଭାରତରେ ଆୟୋଜନ କରିବା ସମ୍ଭବ ନହୁଏ; ଏହାକୁ ୟୁଏଇରେ କରିବାକୁ ବିସିସିଆଇ ଓ ଆଇସିସି ବିଚାର କରୁଛନ୍ତି। ତେବେ ଯଦି ଭାରତ ଓ ୟୁଏଇରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ସମ୍ଭବ ନହୁଏ; ଅଷ୍ଟ୍ରେଲିଆ ସହ ଏହାକୁ ଅଦଳ ବଦଳ କରିବା କଥା ମଧ୍ୟ ବିସିସିଆଇ ବିଚାର କରୁଛି। ଅର୍ଥାତ୍ ଅଷ୍ଟ୍ରେଲିଆ ୨୦୨୧ ଟି୨୦ ବିଶ୍ବକପ୍‌ ଆୟୋଜନ କରିବ ଏବଂ ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦୨୨ ଟି୨୦ ବିଶ୍ବକପ୍‌ ଭାରତରେ ଖେଳାଯିବ। ଏପରି ହେଲେ ଚଳିତବର୍ଷ ଟି୨୦ ବିଶ୍ବକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଆଇପିଏଲ୍‌ର ବାକି ମ୍ୟାଚ୍‌ ଆୟୋଜନ କରିପାରିବ। ଆଇପିଏଲ୍‌ ଖେଳିସାରିବା ପରେ ବିଦେଶୀ ଖେଳାଳି ବିଶ୍ବକପ୍‌ ଖେଳିବା ପାଇଁ ସେଠାରେ ରହିଯିବେ। ହେଲେ ଏଥିପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମତି ସହ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର୍ ଇଣ୍ଡିଆ ମଧ୍ୟ ରାଜିହେବାକୁ ପଡ଼ିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories