www.samajalive.in
Sunday, December 14, 2025
17.1 C
Bhubaneswar

ଉଦ୍ୟାନ କୃଷି ବିଭାଗର କୃଷକ ଦକ୍ଷତା ତାଲିମ ଶିବିର

ଆଠଗଡ: ଆଠଗଡ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ କୃଷକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଖୁଣ୍ଟକଟାଠାରେ ବୁଧବାର ଆୟୋଜିତ ହୋଇଯାଇଛି । ଏଥିରେ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ସଭାପତିତ୍ୱ କରି କୃଷକମାନଙ୍କ ପାଇଁ ନୂତନ ବୈଷୟିକ କୌଶଳ ଉପଯୋଗ ଦ୍ୱାରା ଉନ୍ନତ କୃଷି ପାଇଁ ତାଲିମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଆଠଗଡ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ସିଂହ ଯୋଗଦେଇ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ସୁଫଳ କିପରି କୃଷକମାନେ ପାଇପାରିବେ ଏବଂ କୃଷିକ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବେ ସେ ଦିଗରେ ବିଭାଗ ପକ୍ଷରୁ ବ୍ୟାପକ ତାଲିମ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ।

କଟକସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ଡଃ ତୁଷାର ରଞ୍ଜନ ସାହୁ ଚାଷୀମାନଙ୍କୁ ରସାୟନିକ କୀଟନାଶକ  ପରିବର୍ତ୍ତେ କିପରି ଜୈବିକ ପ୍ରଣାଳୀରେ ନିମ୍ବ, କରଞ୍ଜ ଓ ହଳଦୀକୁ ବ୍ୟବହାର କରି କମ୍‍ ଖର୍ଚ୍ଚରେ ରୋଗପୋକ ନିୟନ୍ତ୍ରଣ କରିପାରିବେ ସେ ବିଷୟରେ ବୁଝାଇଥିଲେ । ତିଗିରିଆ ଉଦ୍ୟାନକୃଷି ଅଧିକାରୀ ଜ୍ଞାନରଞ୍ଜନ ରାଉତ, ଆଠଗଡ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନଞ୍ଜୟ ରାଉତ, ଚାଷୀମାନେ ଫଳ, ଫୁଲ ଓ ମସଲା ଜାତୀୟ ଚାଷକରି କିପରି ଲାଭବାନ ହୋଇପାରିବେ ସେ ସଂପର୍କରେ ବୁଝାଇଥିଲେ । ରାଜ୍ୟ ସରକାର କୃଷି ଉଦ୍ୟୋଗି ଯୋଜନାରେ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ବ୍ୟବସ୍ଥା କରିଥିବାରୁ ଏହାର ସୁଯୋଗ ନେବା ଲାଗି କୃଷି ଅଧିକାରୀମାନେ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହ ମହାପାତ୍ର, ସାପୁଆ କୃଷି ଉତ୍ପାଦନ କମ୍ପାନୀର ସଭାପତି ନିଳମଣୀ ନାୟକ, ଖୁଣ୍ଟକଟା ସରପଞ୍ଚ ମନୋଜ ନାୟକ ଓ ବିହନ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା ପ୍ରମୁଖ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ । ଉପସ୍ଥିତ ୧୫୦ରୁ ଉର୍ଦ୍ଧ ଚାଷୀ ଉଦ୍ୟାନ କୃଷି ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories