www.samajalive.in
Monday, December 15, 2025
17.1 C
Bhubaneswar

ମିଶନ ଶକ୍ତିର ନୂତନ ଗୃହ ଉଦ୍ଘାଟିତ

ଆଠଗଡ: ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନବନିର୍ମିତ ମିଶନ ଶକ୍ତି ଗୃହ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ବୁଧବାର ଉଦ୍‍ଘାଟିତ ହୋଇଯାଇଛି । ଏହି ନୂତନ ମିଶନ ଶକ୍ତି ଗୃହ ଉଦ୍‍ଘାଟନ ହେବା ଦ୍ୱାରା ଆଠଗଡ ବ୍ଲକ ଓ ଏନଏସି ଅଞ୍ଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ମାଆମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ଓ ସିଡିପିଓ ନିବେଦିତା ରାୟ ପ୍ରମୁଖ ଯୋଗଦାନ କରି ଉଦ୍‍ବୋଧନ ଦେଇଥିଲେ ।

ପଞ୍ଚାୟତ ସମିତି ଅନ୍ତର୍ଗତ ୩୪ଟି ପଞ୍ଚାୟତର ସମସ୍ତ ଏମବିକେ, ସିଆରପି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ବହୁ ସଭ୍ୟ ଯୋଗଦାନ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାକି ରହିଯାଇଥିବା ଯୋଗ୍ୟ ପରିବାରକୁ ଚିହ୍ନଟ କରି ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ନିମିତ୍ତ ପ୍ରତି ଗ୍ରାମପଞ୍ଚାୟତ ପାଇଁ ୪ଜଣ ସର୍ବେକ୍ଷକ ଏହି ଅବସରରେ ନିଯୁକ୍ତ କରାଯାଇଥିଲା । ଏଥି ସହିତ ଆଠଗଡ ନିର୍ବାଚନ ମଣ୍ଡଳୀର ୧୫୭ଟି ବୁଥରେ ଭୋଟରମାନେ କିଭଳି ଇଭିଏମ୍‍ ମେସିନ ଜରିଆରେ ଭୋଟ ଦେଇପାରିବେ ସେ ସଂପର୍କରେ ୧୮ତାରିଖରୁ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ବିଡିଓ ସାହୁ ସୂଚନା ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories