www.samajalive.in
Sunday, December 14, 2025
26.1 C
Bhubaneswar

ମିଶନ ଶକ୍ତିର ନୂତନ ଗୃହ ଉଦ୍ଘାଟିତ

ଆଠଗଡ: ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନବନିର୍ମିତ ମିଶନ ଶକ୍ତି ଗୃହ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ବୁଧବାର ଉଦ୍‍ଘାଟିତ ହୋଇଯାଇଛି । ଏହି ନୂତନ ମିଶନ ଶକ୍ତି ଗୃହ ଉଦ୍‍ଘାଟନ ହେବା ଦ୍ୱାରା ଆଠଗଡ ବ୍ଲକ ଓ ଏନଏସି ଅଞ୍ଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ମାଆମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ଓ ସିଡିପିଓ ନିବେଦିତା ରାୟ ପ୍ରମୁଖ ଯୋଗଦାନ କରି ଉଦ୍‍ବୋଧନ ଦେଇଥିଲେ ।

ପଞ୍ଚାୟତ ସମିତି ଅନ୍ତର୍ଗତ ୩୪ଟି ପଞ୍ଚାୟତର ସମସ୍ତ ଏମବିକେ, ସିଆରପି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ବହୁ ସଭ୍ୟ ଯୋଗଦାନ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାକି ରହିଯାଇଥିବା ଯୋଗ୍ୟ ପରିବାରକୁ ଚିହ୍ନଟ କରି ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ନିମିତ୍ତ ପ୍ରତି ଗ୍ରାମପଞ୍ଚାୟତ ପାଇଁ ୪ଜଣ ସର୍ବେକ୍ଷକ ଏହି ଅବସରରେ ନିଯୁକ୍ତ କରାଯାଇଥିଲା । ଏଥି ସହିତ ଆଠଗଡ ନିର୍ବାଚନ ମଣ୍ଡଳୀର ୧୫୭ଟି ବୁଥରେ ଭୋଟରମାନେ କିଭଳି ଇଭିଏମ୍‍ ମେସିନ ଜରିଆରେ ଭୋଟ ଦେଇପାରିବେ ସେ ସଂପର୍କରେ ୧୮ତାରିଖରୁ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ବିଡିଓ ସାହୁ ସୂଚନା ଦେଇଥିଲେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories