www.samajalive.in
Sunday, December 14, 2025
26.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜରେ ସଂସ୍କୃତ ପାଠଚକ୍ର

ଆଠଗଡ:  ଗୋପବନ୍ଧୁ ବିଜ୍ଞାନ ଡିଗ୍ରୀ କଲେଜ ସଂସ୍କୃତ ବିଭାଗ ପକ୍ଷରୁ କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଏକ ପାଠଚକ୍ର କଲେଜ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବାଗ୍ମୀ ତଥା ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ଡଃ ହରେକୃଷ୍ଣ ଶତପଥୀ ଯୋଗଦେଇ ମେଘଦୂତମ୍‍ ଖଣ୍ଡକାବ୍ୟ ସହିତ ମଣିଷ ଶରୀରରେ ରହିଥିବା ଷଡଚକ୍ରର କିଭଳି ସମାନତା ରହିଛି ତା ଉପରେ ବିଶ୍ଲେଷଣାତ୍ମକ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ କଲେଜର ପ୍ରାକ୍ତନ ସଂସ୍କୃତ ବିଭାଗୀୟ ମୁଖ୍ୟ ପ୍ରଭାତି ଦେବୀ ମେଘଦୂତମ୍‍ରେ ମେଘର ଦୂତ ଯୋଗ୍ୟତା ବିଷୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ମେଘଦୂତମ୍‍ କାବ୍ୟର ବିଷୟବସ୍ତୁକୁ ମହାନ କବି ରାଧାମୋହନ ଗଡନାୟକ କିପରି ଓଡିଆ ଭାଷାରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି ସେ ସଂପର୍କରେ ଅବତାରଣା କରିଥିଲେ । ସଂସ୍କୃତ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡଃ ଅଞ୍ଜନ କୁମାର ନନ୍ଦ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଡଃ ଗୌତମବୁଦ୍ଧ ସୀତାରାମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପାରମ୍ଭରେ ଅଧ୍ୟାପକ ସୌମ୍ୟ ରଞ୍ଜନ ଦାସ ବେଦପାଠ କରିଥିବାବେଳେ ଶେଷରେ ବିଭାଗୀୟ ପ୍ରଧ୍ୟାପିକା ଡଃ ସୁରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories