www.samajalive.in
Monday, December 15, 2025
16.1 C
Bhubaneswar

ଚାଷୀ ଆତ୍ମହତ୍ୟା ଅଭିଯୋଗର ତଦନ୍ତ

ପାତ୍ରପୁର : ଫସଲ କ୍ଷତି ସହିନପାରି ଜଣ ଚାଷୀ କୀଟନାଶକ ପିଇ ଜୀବନ ହାରିଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ବର୍ଷାରେ ଧାନ ଫସଲ କ୍ଷତି ହୋଇଥିବାରୁ ମ୍ରିୟମାଣ ହୋଇ ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ ଉଲୁମା ଗ୍ରାମର ୫୭ ବର୍ଷୀୟ ଚାଷୀ କୈଳାଶ ଶବର ଗତକାଲି କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ ବୋଲି ପତ୍ନୀ ପଦ୍ମା ଶବର ଅଭିଯୋଗ କରିଥିଲେ। ଏହି ଘଟଣା ସମଗ୍ର ବ୍ଲକରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।
ମୃତ ଚାଷୀଙ୍କ ନିଜସ୍ୱ ଚାଷ ଜମି ନଥିବା ବେଳେ ସେ ଗ୍ରାମର ପି.ନାଗେଶ୍ୱର ପାତ୍ରଙ୍କ ଦେଢ଼ ଏକର ଜମିରେ ଚାଷ କରୁଥିଲେ। ପ୍ରଥମେ ପାରିବାରିକ କଳହକୁ ନେଇ ଚାଷୀ ଜଣକ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା। ପରେ ଋଣଭାର ଓ ଫସଲ କ୍ଷତି ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ସୋମବାର ଅପରାହ୍ନରେ ପାତ୍ରପୁର ତହସିଲଦାର ଘଟଣାସ୍ଥଳ ଯାଇ ତଦନ୍ତ କରିବା ସହ ମୃତ ଚାଷୀଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଆଜି ଗଞ୍ଜାମ ଜିଲା ପ୍ରଶାସନର ତଦନ୍ତ ନିର୍ଦେଶ ପରେ ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତ ଚାଷୀ ଜଣକ କୌଣସି ପ୍ରକାର ଋଣ କରିନଥିବା ପାତ୍ରପୁର ତହସିଲଦାର ଅମିତ ନାୟକ ସୂଚନା ଦେଇଛନ୍ତି।
ଗତକାଲି ସନ୍ଧ୍ୟାରେ ତହସିଲଦାର ଜମି ମାଲିକଙ୍କୁ ନେଇ କୈଳାସ ଚାଷ କରିଥିବା ଜମିରେ ପହଞ୍ଚି ତଦନ୍ତ କରିଥିଲେ। ଆଜି ବିଭାଗର ଆଉ କିଛି କର୍ମଚାରୀ ପୁଣି ପହଞ୍ଚି ସରଜମିନ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଯେଉଁ ଜମିରେ କୈଳାସ ଚାଷ କରୁଥିଲେ ତାହା ନାଳ ପାଖ ଜମି ହୋଇଥିବାରୁ ଫସଲ ଦେଇ ନାଳ ପାଣି ମାଡ଼ି ଯାଇଛି। ତେବେ ପାଣି ଶୁଖିଲା ପରେ ଫସଲ କ୍ଷୟକ୍ଷତି ଜଣାପଡିବ ବୋଲି ତହସିଲଦାର କହିଛନ୍ତି।
ସୋମବାର ତୁରୁବୁଡି ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ଚାଷୀଙ୍କ ପରିବାରକୁ ଦୁଇ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ସୋମବାର ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା ମୃତ ଚାଷୀଙ୍କ ଗାଁକୁ ଯାଇ ତାଙ୍କ ପରିବାର ଓ ଗ୍ରାମବାସୀଙ୍କୁ ଭେଟି ଚାଷ ଜମି ବୁଲି ଦେଖି ତୁରନ୍ତ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories