୫ମାସରେ ମହାରାଷ୍ଟ୍ରରେ ୧୦୯୨ କୃଷକଙ୍କ ଆତ୍ମହତ୍ୟା
ମୁମ୍ବଇ : ଚଳିତବର୍ଷ ଜାନୁଆରୀରୁ ମେ ୫ ମାସ ମଧ୍ୟରେ ମହାରାଷ୍ଟ୍ରରେ ୧୦୯୨ ଜଣ କୃଷକ ଆତ୍ମହତ୍ୟା କରିଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ୨୦୧୭ ବର୍ଷ ତୁଳନାରେ ଏହି ସଂଖ୍ୟା ୭୨ କମ୍। କୃଷି ଋଣ ଛାଡ ପାଇଁ ସରକାରଙ୍କ ଘୋଷଣା ସତ୍ତ୍ବେ ଏତେ ସଂଖ୍ୟାରେ କୃଷକ ଆତ୍ମହତ୍ୟା କରିଛନ୍ତି। ମରାଠାୱାଡା ଅଞ୍ଚଳରେ ଏହି ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଥିବା ଜଣାଯାଇଛି। ଗତବର୍ଷ ଏହି ସମୟ ମଧ୍ୟରେ ଏଠାରେ ୩୮୦ କୃଷକ ଆତ୍ମହତ୍ୟା କରିଥିବାବେଳେ ଏ ବର୍ଷ ୩୯୬ଜଣ ଆତ୍ମହତ୍ୟା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଅଞ୍ଚଳ ବିଦର୍ଭରେ ସର୍ବାଧିକ ୫୦୪ଜଣ ଆତ୍ମହତ୍ୟା କରିଛନ୍ତି।