ଖୋଲିବ ୩ ପରିବାର ଅଦାଲତ; ୩୬ ପଦକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

0

ଭୁବନେଶ୍ୱର : ରାଜ୍ୟର ତିନିଟି ନୂତନ ପରିବାର ଅଦାଲତ ପ୍ରତିଷ୍ଠା କରାଯିବ। ଏହି ପରିବାର ଅଦାଲତ ପାଇଁ ତିନିଟି ଜିଲା ଜଜ ପଦ ଓ ୩୩ଟି ଅନ୍ୟ ପଦକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଜଗତସିଂହପୁର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲାରେ ଏହି ପରିବାର ଅଦାଲତ ଖୋଲିବ। ଏହି ସମସ୍ତ ଅଦାଲତ ପାଇଁ ମୋଟ ୩୬ଟି ପଦକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply