www.samajalive.in
Tuesday, December 9, 2025
23.1 C
Bhubaneswar

ଚକୋଲେଟ୍‌ରୁ ବାହାରିଲା ନକଲି ଦାନ୍ତ

ଚକୋଲେଟ୍‌ ଖାଇବାକୁ ପ୍ରାୟତଃ ସବୁବର୍ଗର ଲୋକେ ପସନ୍ଦ କରନ୍ତି। ଚକୋଲେଟ୍‌ ଖାଇବା ଦ୍ବାରା ଅନେକ ମାନସିକ ତୃପ୍ତି ଅନୁଭବ କରିଥାନ୍ତି। ତେବେ ମଧ୍ୟପ୍ରଦେଶର ଖାରଗନ୍‌ ଅଞ୍ଚଳରେ ରହୁଥିବା ମହିଳା ଖାଉଥିବା ଏକ ଚକୋଲେଟ୍ ପ୍ୟାକେଟ୍‌ରୁ ନକଲି ଦାନ୍ତର ଏକ ସେଟ୍‌ ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି। ମାୟାଦେବୀ ଗୁପ୍ତା ନାମ୍ନୀ ଜଣେ ମହିଳା ଏକ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାାଇଥିଲେ। ସେଠାରେ ତାଙ୍କୁ ଏକ ଚକୋଲେଟ୍‌ ପ୍ୟାକେଟ୍‌ ମିଳିଥିଲା।

ତେବେ ସେ ତାହାକୁ ତୁରନ୍ତ ନ ଖାଇ ଘରକୁ ନେଇ ଆସିଥିଲେ। ପରଦିନ ସେ ପ୍ୟାକେଟ୍‌ ଖୋଲି ଚକୋଲେଟ୍‌ ଖାଇବା ଆରମ୍ଭ କରିବାର କିଛିସମୟ ମଧ୍ୟରେ ପାଟି ମଧ୍ୟରେ କିଛିଟା ଟାଣ ଜିନିଷ ରହିଥିବା ଅନୁଭବ କରିଥିଲେ। ସେ ତାହାକୁ ବାହାରକୁ ଆଣି ଯାଞ୍ଚ କରିବା ପରେ ତାହା ଏକ ନକଲି ଦାନ୍ତର ସେଟ୍‌ ବୋଲି ଜାଣିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ଜିଲା ଖାଦ୍ୟ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏହି ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories