www.samajalive.in
Sunday, December 7, 2025
14.1 C
Bhubaneswar

କଟକରେ ନକଲି ମସଲା କାରଖାନା, ସିଲ କଲା ପୁଲସି

କଟକ: କଟକ ସହରରୁ କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ଶସ, ନକଲି ଲଙ୍କାଗୁଣ୍ଡ ଆଦି ଦେଖିବାକୁ ମିଳିଥିଲା। ଏବେ ଦେଖିବାକୁ ମିଳିଛି ନକଲି ମସଲା । ଆଜି କମିଶନରେଟ ପୁଲିସ ପକ୍ଷରୁ କଟକ ସହରରେ ନକଲି ମସଲା କାରଖାନାରେ ଚଢ଼ାଉ କରାଯାଇଛି ଏବଂ ବିପୁଳ ପରିମାଣ ନକଲି ସାମଗ୍ରୀ ଠାବ କରିଛି। ବୟାଳିଶ ମୌଜାରେ ଚାଲିଥିବା ନକଲି କାରଖାନା ଉପରେ ପୁଲିସର ଚଢ଼ାଉ କରିଛି ଏବଂ କାରଖାନା ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ କରିଛି। ଏହି ନକଲି ମସଲା ତିଆରି କାରଖାନାକୁ ପୁଲିସ ସିଲ କରିବା ପରେ ମାଲିକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଦୀର୍ଘଦିନରୁ ନକଲି କାରଖାନା ଚାଲିଥିବା ସୂଚନା ମିଳିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories