www.samajalive.in
Sunday, December 7, 2025
18.1 C
Bhubaneswar

ଏନଇଇଟି-ପିଜି କାଉନସେଲିଂ: ଆସନ୍ତାକାଲି ଠାରୁ ସ୍ୱାସ୍ଥ୍ୟସେବା ବନ୍ଦ ପାଇଁ ଏଫଏଆଇଏମଏର ଡାକରା

ନୂଆଦିଲ୍ଲୀ: ଏନଇଇଟି-ପିଜି କାଉନସେଲିଂରେ ବିଳମ୍ବ ପ୍ରତିବାଦରେ ରେସିଡେଣ୍ଟ ଡାକ୍ତରମାନେ ଧର୍ମଘଟ ଚଳାଇଥିବାବେଳେ ଦିଲ୍ଲୀରେ ସେମାନଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଫେଡେରେସନ ଅଫ ଅଲ୍‍ ଇଣ୍ଡିଆ ମେଡିକାଲ ଆସୋସିଏସନ (ଏଫଏଆଇଏମଏ) ବୁଧବାର ଠାରୁ ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ବନ୍ଦ କରିବାକୁ ଡାକରା ଦେଇଛି । ଡାକ୍ତରଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଫେଡେରେସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ ପକ୍ଷରୁ ସ୍ୱାସ୍ଥ୍ୟସେବା ଯୋଗାଣ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖିବାକୁ ଘୋଷଣା କରାଯିବା ପରେ ଏଫଏଆଇଏମ୍‍ଏ ପକ୍ଷରୁ ଏଭଳି ଆହ୍ୱାନ ଦିଆଯାଇଛି । ଏହି ଡାକରା ଅନୁଯାୟୀ ଡିସେମ୍ବର ୨୯ ତାରିଖ ସକାଳ ୮ଟାରୁ ଦେଶବ୍ୟାପୀ ସ୍ୱାସ୍ଥ୍ୟସେବା ଯୋଗାଣ ବନ୍ଦ ରଖାଯିବ । ସୂଚନାଯୋଗ୍ୟ ଯେ ଏନଇଇଟି-ପିଜି କାଉନସେଲିଂ ୨୦୨୧କୁ ଏକାଧିକ ଥର ସ୍ଥଗିତ ରଖାଯିବା ବିଷୟକୁ ବିରୋଧ କରି ରେସିଡେଣ୍ଟ ଡାକ୍ତରମାନେ ଦେଶବ୍ୟାପୀ ୨୦୨୧ ନଭେମ୍ବର ୨୭ରୁ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି ।

ଏକ ବିବୃତିରେ ଚିକିତ୍ସକମାନଙ୍କର ସଂଗଠନ ଏଫଏଆଇଏମଏ ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ୨୯ ବୁଧବାର ଠାରୁ ଦେଶବ୍ୟାପୀ ସ୍ୱାସ୍ଥ୍ୟସେବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯିବ । ଦିଲ୍ଲୀରେ ପୁଲିସ ଯେଉଁଭଳି ଭାବରେ ବିକ୍ଷୋଭରତ ଡାକ୍ତରଙ୍କ ପ୍ରତି ନିର୍ମମ ଆଚରଣ ପ୍ରଦର୍ଶନ କରିଛି ତାହାର ପ୍ରତିବାଦ ଏବଂ ଏନଇଇଟି ପିଜି ୨୦୨୧ କାଉନସେଲିଂ ପାଇଁ ତୁରନ୍ତ ସମୟ ସୂଚୀ ଘୋଷଣା ଦାବିରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟରେ ରେସିଡେଣ୍ଟ ଡାକ୍ତରମାନେ ନ୍ୟାଯ୍ୟ ଦାବିକୁ ନେଇ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ କରୁଥିବାବେଳେ ସେମାନଙ୍କ ପ୍ରତି ପୁଲିସ ଯେଉଁଭଳି ବ୍ୟବହାର କରିଛି ତାହା ଘୋର ନିନ୍ଦନୀୟ ବୋଲି ଏଫଆଇଏଏମଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଇତିମଧ୍ୟରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାର ରେସିଡେଣ୍ଟ ଡାକ୍ତରମାନେ କହିଛନ୍ତି ଯେ, ସେମାନେ ସରକାରଙ୍କ ନିକଟରୁ ସେମାନଙ୍କ ଦାବି ସମ୍ପର୍କରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କୌଣସି ଉତ୍ତର ନମିଳିଲେ ସେମାନେ ବୁଧବାର ଦିନ ସମସ୍ତ ଅଣ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ବନ୍ଦ କରିଦେବେ । ଇତିମଧ୍ୟରେ ଡାକ୍ତରଙ୍କ ବିରୋଧରେ ପୁଲିସର ଅମାନୁଷିକ ଆଚରଣକୁ ନେଇ ଇଣ୍ଡିଆସ ମେଡିକାଲ ଆସୋସିଏସନ (ଆଇଏମଏ) କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରୁ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories