୧୮ ବର୍ଷ ଧରି ପୁଲିସକୁ ମିଛରେ କରୁଥିଲେ କଲ୍‌, ଏବେ ଜେଲ୍‌ରେ ରହିବେ ୩ ବର୍ଷ

0

ସିଙ୍ଗାପୁର .- ଭାରତୀୟ ମୂଳ ଅଧିବାସୀ ଗୁରୁଚରଣ ସିଂ ଏବେ ସିଙ୍ଗାପୁର ସ୍ଥାୟୀ ବାସିନ୍ଦା । ସେ ଗତ ୧୮ ବର୍ଷ ଧରି ସିଙ୍ଗାପୁରରେ ପୁଲିସକୁ ମିଛରେ କଲ୍‌ କରୁଥିଲେ । ମାତ୍ର ଏବେ ଏହା ତାଙ୍କ ପାଇଁ କାଳ ପାଲଟିଛି ।  ଗୁରୁଚରଣ ସିଂ ମଦ୍ୟପାନ କରିବାପରେ ନିଶାସକ୍ତ ଅବସ୍ଥାରେ ଏହା କରୁଥିଲେ ବୋଲି ସଫେଇ ଦେଇଥିଲେ  । ମାତ୍ର ସେଠାକାର ଅଦାଲତ ତାଙ୍କର ସଫେଇକୁ ଗ୍ରହଣ କରି ନାହାନ୍ତି ।

ଗତ  ଜୁନ୍‌ମାସରେ ସେ ଏକ ଫୋନ୍‌ ବୁଥ୍‌ରୁ ପୁଲିସକୁ କଲ୍‌ କରିଥିଲେ । ଏକ ସରକାରୀ କାର୍ଯ୍ୟାଳୟରେ ବିସ୍ପୋରକ  ରଖିଥିବା କଥା କହିଥିଲେ ।  ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ଗୁରୁଚରଣଙ୍କୁ ଗିରଫ କରି ଥିଲା । ୨୦୦୦ ମସିହାରୁ ଗୁରୁଚରଣ ଏହିପରି କାର୍ଯ୍ୟ କରିଆସୁଥିଲେ । ୨୦୧୬ ମସିହାରେ ତାଙ୍କୁ ଏଥିପାଇଁ ୨ ବର୍ଷ ଜେଲ୍‌ ଦଣ୍ଡ ହୋଇଥିଲା । ମାତ୍ର ଏଥିରେ ବି ତାଙ୍କର ପୁଲିସକୁ ମିଛ କଲ୍‌ କରିବା ଗୁଣ ଛାଡି ନଥିଲେ ।

Leave A Reply