ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର : ଆଗ୍ରାହାଟ ପଞ୍ଚାୟତ କୁଜିବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ରୋଟାରୀ କ୍ଳବ୍ କଟକ ଅଭିନବ ଓ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁୁକୁଲ୍ୟରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ଉଦଘାଟନ କରିଥିଲେ। ଶିବିରରେ ମୋଟ ୪୬ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସେଥି ମଧ୍ୟରୁ ୧୦ ଜଣଙ୍କର ଚକ୍ଷୁରେ ଅସ୍ତ୍ରୋପଚାର ପାଇଁ ହସପିଟାଲକୁ ନିଆ ଯାଇଥିଲା।ବିଦ୍ୟୁତ୍ କୁମାରୀ ଲାଲା, ସୁଧାଂଶୁ ଶେଖର ଜେନା, ବିଶ୍ୱନାଥ ପଣ୍ଡା, ଜୀବନ ପଟ୍ଟନାୟକ, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳଙ୍କ ସମେତ ସ୍ଥାନୀୟ ଯୁବକ ସଂଘ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

kalyan agarbati

Comments are closed.